ବିବାହ କରିବା ପାଇଁ ହେଉ କିମ୍ବା ଠକେଇ ପାଇଁ ହେଉ ନିଜକୁ ବଡ ବଡ କମ୍ପାନୀରେ ଚାକିରୀ କରୁଥିବା କହି ଯୁବତୀମାନଙ୍କୁ ଫସେଇ ବିବାହ କରିବାର ଏଭଳି ଅନେକ ଅଭିଯୋଗ ଦେଖିବାକୁ ଏବଂ ଶୁଣିବାକୁ ମିଳିଛି । ଏଭଳି ଏକ ଖବର ଦିଲ୍ଲୀର ଦ୍ୱାରିକା ଅଞ୍ଚଳରୁ ଆସିଛି । ଏଠାରେ ଜଣେ ଯୁବକ ଯୁବତୀଙ୍କୁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ରେ ବୈଜ୍ଞାନିକ ଥିବା କହି ବିବାହ କରିଥିଲେ । ବିବାହ ପରେ ମହିଳାଙ୍କୁ ସ୍ୱାମୀଙ୍କ ଉପରେ ସନ୍ଦେହ ହେବାରୁ ସେ ଏ ବିଷୟରେ ଛାନଭିନ୍ କରିବା ଆରମ୍ଭ କରିଦେଇଥିଲେ । ଯେତେବେଳେ ସତ ସମସ୍ତଙ୍କ ସାମ୍ନାକୁ ଆସିଥିଲା ସମସ୍ତଙ୍କ ହୋସ୍ ଉଡିଯାଇଥିଲା । ପୀଡିତା ମହିଳା ଜଣକ ଠକେଇର ଶିକାର ହୋଇଥିଲେ । ସେ ଅଭିଯୁକ୍ତ ସ୍ୱାମୀଙ୍କ ଉପରେ ଥାନାରେ ଏତଲା ଦେଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ , ବିବାହ ପରେ ଅଭିଯୁକ୍ତ ନିଜ ସ୍ତ୍ରୀଙ୍କୁ ଗୋଟିଏ ପରେ ଗୋଟିଏ ଅନେକ ମିଛ କହିଥିଲେ ।

Advertisment

publive-image

ମିଛ କହି ଯୁବତୀଙ୍କୁ ଫସେଇ ବିବାହ କରିଥିବା ଏହି ଯୁବକଙ୍କ ନାଁ ହେଉଛି ଜିତେନ୍ଦ୍ର । ଚଳିତ ବର୍ଷ ମେ’ ମାସରେ ହିଁ ଦୁହିଁଙ୍କ ବିବାହ ହୋଇଥିଲା । ବିବାହ ପରେ ଜିତେନ୍ଦ୍ର ନିଜ ସ୍ତ୍ରୀଙ୍କୁ କହିଥିଲା ଯେ ସେ ଡିଆରଡିଓରେ କାମ କରୁଛି ଏବଂ ଟ୍ରେନିଙ୍ଗ୍ ପାଇଁ ଆମେରିକା ସ୍ପେଶ୍ ଏଜେନ୍ସୀ (ନାସା) ଯିବା ପାଇଁ ପ୍ରସ୍ତୁତି କରୁଛି । ଜିତେନ୍ଦ୍ରଙ୍କ ଏଭଳି କଥା ଶୁଣି ମହିଳାଙ୍କୁ ତାଙ୍କ ଉପରେ ସନ୍ଦେହ ହୋଇଥିଲା । ଏହାପରେ ମହିଳା ଜାଞ୍ଚ୍ କରିବା ଆରମ୍ଭ କରିଦେଇଥିଲେ ଏବଂ ଥାନାରେ ଏତଲା ମଧ୍ୟ ଦେଇଥିଲେ ।