କନକ ବ୍ୟୁରୋ : ୨୪ଘଣ୍ଟାରେ ଦୁଇ ଦୁଇଟି ହତ୍ୟା । ଯାହାକୁ ନେଇ ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଆଜି ଦିଲ୍ଲୀର ମାଲବିୟନଗରରେ ଦିନ ଦ୍ୱିପ୍ରହରରେ ଜଣେ ଝିଅକୁ ହତ୍ୟା କରିଦିଆଯାଇଛି । ହତ୍ୟାକାଣ୍ଡର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବିବାହ ପାଇଁ ମନା କରିଦେବାରୁ ଝିଅକୁ ଦିନ ଦ୍ୱିପ୍ରହରେ ହତ୍ୟା କରିଛି ଯୁବକ ।

Advertisment

ମିଳିଥିବା ସୂଚନା ଅନୁସାରେ, ହତ୍ୟାର ଶିକାର ହୋଇଥିବା ଝିଅର ନାଁ ହେଉଛି ମାଲବୀୟ ନଗରର ୨୨ରୁ ୨୩ବର୍ଷିୟ ଯୁବତୀ ନରଗିସ । ବିବାହ ପାଇଁ ମନା କରିବାରୁ ଜଣେ ଯୁବକ ଏକ ପାର୍କରେ ନରଗିସକୁ ଲୁହା ରଡରେ ଆକ୍ରମଣ କରିଥିଲା । ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ଆଉ ଘଟଣାସ୍ଥଳରେ ହିଁ ନରଗିସଙ୍କ ମୃତ୍ୟୁ ହୋଇଯାଇଥିଲା । ହତ୍ୟା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । କିନ୍ତୁ କିଛି ଘଣ୍ଟା ମଧ୍ୟରେ ହତ୍ୟାକାରୀକୁ କାବୁ କରିଥିଲା ପୋଲିସ । ତେବେ ହତ୍ୟାକାରୀର ନାଁ ହେଉଛି ୨୮ବର୍ଷର ଇରଫାନ୍ ।

ପୋଲିସର କହିବା ଅନୁସାରେ, ନରଗିସର ପରିବାର ଇରଫାନ ସହ ତାଙ୍କ ଝିିଅର ବିବାହ କରିବା ପାଇଁ ମନା କରିଦେଇଥିଲେ । ଏହା ପରେ ନରଗିସ୍ ଇରଫାନ୍ ସହ କଥାବର୍ତ୍ତା କରିବା ବନ୍ଦ କରିଦେଇଥିଲା । ଯାହାକୁ ନେଇ ପ୍ରତିଶୋଧପରାୟଣ ହୋଇଉଠିଥିଲା ଇରଫାନ୍ । ଆଉ ରାଗରେ ନରଗିସକୁ ଏକ ଲୁହା ରଡରେ ପିଟି ହତ୍ୟା କରିଛି ।