ଦିଲ୍ଲୀକୁ ତୃତୀୟ ଝଟକା । ମୁମ୍ବାଇର ଦମଦାର ବୋଲିଂ…ଷ୍ଟଏନିସ୍, ରାହାଣେଙ୍କ ପରେ ପ୍ୟାଭିଲିୟନ୍ ଫେରିଲେ ଧୱନ । 

232

କନକ ବ୍ୟୁରୋ : ଆଇପିଏଲ-୨୦୨୦ ଫାଇନାଲରେ ଦମଦାର ବୋଲିଂ ଆରମ୍ଭ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ପକ୍ଷରୁ ଶିଖର ଧାୱନ ଏବଂ ମାର୍କସ ଷ୍ଟଏନିସ୍ ଓପନିଂ କରିବାକୁ ମୈଦାନକୁ ଓହ୍ଲାଇଥିଲେ । ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ପ୍ରଥମ ଓଭର ବଲ୍ ନେଇ ଆସିଥିଲେ । ତେବେ ପ୍ରଥମ ବଲରେ ହିଁ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଯାଇଛନ୍ତି ଷ୍ଟଏନିସ୍ । ସେହିପରି ଆଜିଙ୍କ୍ୟ ରାହାଣେ ଏବଂ ଶିଖର ଧୱନ ମଧ୍ୟ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଯାଇଛନ୍ତି ।