ଦିଲ୍ଲୀ: ଆଉ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ‘ଲକ୍‌ଡାଉନ୍‌’, ସାମ୍ବାଦିକ ସମ୍ମିଳନୀରେ କହିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌

ଦିଲ୍ଲୀ: ଆଉ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ‘ଲକ୍‌ଡାଉନ୍‌’, ସାମ୍ବାଦିକ ସମ୍ମିଳନୀରେ କହିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌

କନକ ବ୍ୟୁରୋ: ଆଉ ଗୋଟିଏ ସପ୍ତାହ (ମେ ୧୭) ପର୍ଯ୍ୟନ୍ତ ‘ଲକ୍‌ଡାଉନ୍‌’ ବଢ଼ାଇବାକୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥର ସରକାର ଅପେକ୍ଷାକୃତ କଠୋର ‘ଲକ୍‌ଡାଉନ୍‌’ ଜାରି କରିବା ଲାଗି ସ୍ଥିର କରିଛନ୍ତି । ତେଣୁ, ମେଟ୍ରୋ ସେବା ବାତିଲ ହେବ।

ବ୍ୟବସାୟୀ, ମହିଳା ଓ ଯୁବବର୍ଗଙ୍କ ସହ ସବିଶେଷ ଆଲୋଚନା କରିବା ପରେ ଆଉ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ‘ଲକ୍‌ଡାଉନ୍‌’ ସମ୍ପ୍ରସାରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଦୁଇ ତିନି ଦିନ ମଧ୍ୟରେ ଜାତୀୟ ରାଜଧାନୀରେ ‘ପଜିଟିଭିଟି’ ସଂଖ୍ୟା ୩୫%ରୁ ୨୩% ହ୍ରାସ ପାଇଥିଲେ ବି ପରିସ୍ଥିତିକୁ ଆହୁରି ସୁଧାରିବା ସହ ନିୟନ୍ତ୍ରଣ କରାଯିବା ଆବଶ୍ୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe