କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ମଦ କମ୍ପାନୀ ପେରନୋଡ ରିକାଡର ଅଧିକାରୀ ବିନୟ ବାବୁଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ଥି ମିଳିଛି । ଏହି ମାମଲାର ଜାମିନ ପ୍ରଦାନ କରି କୋର୍ଟ କହିଛନ୍ତି କି, ବିନା ଟ୍ରାଏଲରେ କୌଣସି ଅଭିଯୁକ୍ତଙ୍କୁ ଦୀର୍ଘଦିନ ଧରି ଜେଲରେ ରଖାଯାଇପାରିବ ନାହିଁ ।

Advertisment

ଦିଲ୍ଲୀ ଅବକାରୀ ନୀତି ମାମଲାରେ ବିନୟ ବାବୁ ସରକାରୀ ସାକ୍ଷୀ ଅଟନ୍ତି । ଏହାସହ ସଂପୃକ୍ତ ମାମଲାରେ ସେ ଅଭିଯୁକ୍ତ ମଧ୍ୟ । ତାଙ୍କୁ ଅର୍ଥ ହେରଫେର ମାମଲାରେ ସିବିଆଇ ଗିରଫ କରିଥିଲା । ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ଆମ୍ ଆଦମୀ ପାର୍ଟିର ନେତା ମନୀଷ ସିସୋଦିଆ ଓ ସଂଜୟ ସିଂ ।

ପୂର୍ବ ଶୁଣାଣି ବେଳେ ବିନୟ ବାବୁଙ୍କ ତରଫରୁ ବରିଷ୍ଠ ଓକିଲ ହରିସ୍ ସାଲଭେ କହିଥିଲେ କି ବିନୟ ବାବୁଙ୍କ ଯୋଗ୍ୟତା ଆଧାରରେ ତାଙ୍କୁ ନିୟମିତ ଜାମିନ ମିଳିବାର ଅଧିକାର ରହିଛି । ସାଲଭେ କହିଥିଲେ କି ବିନୟ ବାବୁ ଗତ ୧୦ ମାସ ଧରି ଜେଲରେ ରହିଛନ୍ତି । ଏବଂ ମେଡିକାଲ ଗ୍ରାଉଣ୍ଡରେ ସେ ଅନ୍ତରୀଣ ଜାମିନ ପାଇଛନ୍ତି । ଚାର୍ଜସିଟ୍ ଦାଖଲ ହୋଇସାରିଛି ହେଲେ ଏପର୍ଯ୍ୟନ୍ତ ଅପରାଧ ପ୍ରମାଣ ହୋଇନାହିଁ । କୌଣସି ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଟ୍ରାଏଲ ଆରମ୍ଭ ହେବା ଯାଏଁ ତାଙ୍କୁ ଜେଲରେ ରଖାଯାଇପାରିବ ନାହିଁ ।