କେ କବିତାଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି, ଆଗାମୀ ତିନି ସପ୍ତାହ ପରେ ହେବ ପରବର୍ତ୍ତୀ ଶୁଣାଣି ।

151

କନକ ବ୍ୟୁରୋ: ତେଲେଙ୍ଗାନା ସିଏମ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତାଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି । ସୋମବାର ସୁପ୍ରିମକୋର୍ଟ କେ କବିତାଙ୍କୁ ଆଶ୍ୱସ୍ତି ଦେଇନାହାନ୍ତି । କେ କବିତା ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡିର ସମନକୁ ଚ୍ୟାଲେଞ୍ଜ ଦେଇଥିଲେ । ତେବେ କୋର୍ଟ ଏହାର ଶୁଣାଣି କରି କବିତାଙ୍କ ଆବେଦନକୁ ନଳିନୀ ଚିଦମ୍ବରମଙ୍କ ଆବେଦନ ସହ ମିଳିତ ଭାବେ ଶୁଣାଣି କରିଥିଲେ ।

ମାମଲାରେ ଦୁଇ ପକ୍ଷକାରଙ୍କୁ ଆଇନତଃ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ତିନି ସପ୍ତାହ ପରେ ହେବ । କେ କବିତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ କୋର୍ଟରେ ପକ୍ଷ ରଖିଥିଲେ । ସେ କହିଛନ୍ତି ଆପଣ କଣ ଘରକୁ ଯାଇ ପଚରାଉଚରା କରିବେ କି ଏଠାକୁ ଡାକି ପଚରାଉଚରା କରିପାରିବେ ନାହିଁ । ଶୁଣାଣି ବେଳେ କୋର୍ଟ ମାଡ୍ରାସ ହାଇକୋର୍ଟର ନିଷ୍ପତ୍ତିକୁ ମଧ୍ୟ ଉଦାହରଣ ଭାବେ ନେଇଥିଲେ । ଏ ମାମଲାରେ କୋର୍ଟ ସ୍ପଷ୍ଟ ନିଷ୍ପତ୍ତି ନେବେ ବୋଲି ମଧ୍ୟ କହିଛନ୍ତି ।