ଦିଲ୍ଲୀ ବନ୍ୟା: ଭୁଲ କାହାର? ଦିଲ୍ଲୀରେ ବନ୍ୟା ପରବର୍ତ୍ତୀ ପଦକ୍ଷେପ ନେଇ ସାମ୍ନାସାମ୍ନି ହେଲେ ଏଲଜି ଏବଂ ମନ୍ତ୍ରୀ 

ଦିଲ୍ଲୀ ବନ୍ୟା: ଭୁଲ କାହାର? ଦିଲ୍ଲୀରେ ବନ୍ୟା ପରବର୍ତ୍ତୀ ପଦକ୍ଷେପ ନେଇ ସାମ୍ନାସାମ୍ନି ହେଲେ ଏଲଜି ଏବଂ ମନ୍ତ୍ରୀ 

କନକ ବ୍ୟୁରୋ: ଯମୁନା ନଦୀର ପ୍ରକୋପ କାରଣରୁ ଦିଲ୍ଲୀର ସ୍ଥିତି ସଙ୍ଗୀନ ରହିଛି । ରାଜଧାନୀର ଅଲଗା ଅଲଗା ଜାଗାରେ ପାଣି ଭରିରହିଛି । ଲୋକେ ବି ଏହାକୁ ନେଇ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ତେବେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପର ପର୍ବ ଏବେ ବି ଜାରିରହିଛି । ଶୁକ୍ରବାର ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଯେଉଁଠି ଉପରାଜ୍ୟପାଳ ବିକେ ସକସେନା ଏବଂ ମନ୍ତ୍ରୀ ସୌରଭ ଭରଦ୍ୱାଜ ସାମ୍ନାସାମ୍ନି ହୋଇଯାଇଥିଲେ ।

ଦିଲ୍ଲୀର ଆଇଟିଓ ସ୍ଥିତି ଉପରେ ଏଲଜି ବିନୟ କୁମାର ସକସେନା, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମୀକ୍ଷା କରିଥିଲେ । ଏହି ସମୟରେ ଆପର ମନ୍ତ୍ରୀ ସୌରଭ ଭରଦ୍ୱାଜ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଯେତେବେଳେ ଏଲଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ସେତେବେଳେ ଏଲଜିଙ୍କ ପାଖରେ ସୌରଭ ଅଭିଯୋଗ କରିଥିଲେ । ସୌରଭ କହିଥିଲେ ଯେ ଆମେ ବିଳମ୍ବିତ ରାତିରେ ଏନଡିଆରଏଫର ସହଯୋଗ ମାଗିଥିଲୁ । ଯଦି ସେମାନେ ପହଞ୍ଚିଥାନ୍ତେ ତେବେ ସକାଳ ହେବା କ୍ଷଣିସବୁ କିଛି ହୋଇଯାଇଥାନ୍ତା । ଏଲଜି କହିଥିଲେ ଏହା ସେହି ସମୟ ନୁହେଁ ଯେ ଜଣେ ଆଉ ଜଣଙ୍କ ଉପରେ ଅଭିଯୋଗ କରିବ । ଆମକୁ ବର୍ତ୍ତମାନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ନହେଲେ ମୁଁ ମଧ୍ୟ କହିଛି କଥା କହିପାରିବି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe