କନକ ବ୍ୟୁରୋ: ଦିଲ୍ଲୀରେ ଅବକାରୀ ନୀତିକୁ ନେଇ ଦିଲ୍ଲୀ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ଶନିବାର ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆ ପୂର୍ବତନ ଉପରାଜ୍ୟପାଳ ଅନୀଲ ବୈଜଲଙ୍କୁ ଟାର୍ଗେଟ କରିଛନ୍ତି । ସେପଟେ ବର୍ତ୍ତମାନର ଉପରାଜ୍ୟପାଳ ବିକେ ସକସେନା ତତକାଳୀନ ଅବକାରୀ ଏସପି ଆରବ ଗୋପି କୃଷ୍ଣାଙ୍କ ସମେତ ୧୧ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି । ଅବକାରୀ ନୀତି ଲାଗୁ କରିବାରେ ଅବହେଳା କାରଣରୁ ଏହି ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ।

Advertisment

ଏଲଜିଙ୍କ ଏହି ପଦକ୍ଷେପକୁ ବିଜେପି ସାଂସଦ ମନୋଜ ତିୱାରୀ ସ୍ୱାଗତ କରିଛିବା ବେଳେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ଅରବିନ୍ଦ କେଜ୍ରିୱାଲ ନୂଆ ଅବକାରୀ ନୀତି ଲାଗୁରେ ଅନେକ ଭୁଲ କରିଥିବା ବେଳେ ଉପରାଜ୍ୟପାଳ ନିୟମ ଅନୁସାରେ କାମ କରିଛନ୍ତି ।

ଉପରାଜ୍ୟପାଳ ବିକେ ସକସେନା ଶନିବାର କାର୍ଯ୍ୟାନୁଷ୍ଠାନ ନେବା ସହ ଅବକାରୀ ଏସପିଙ୍କୁ ନିଲମ୍ବନ କରିଥିଲେ । ବର୍ତ୍ତମାନ ନିଲମ୍ବିତ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇସାରିଛି । ଟେଣ୍ଡର ପ୍ରଦାନରେ ବ୍ୟାପକ ଅନିୟମିତତା ଥିବା ଜଣାପଡିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।