କନକ ବ୍ୟୁରୋ: ଦିଲ୍ଲୀ ସରକାର ମଙ୍ଗଳବାର ବଡ ପଦକ୍ଷେପ ନେଇଛନ୍ତି । ବିଜେପି କାର୍ଯ୍ୟାଳୟରେ ଚାଲିଥିବା ନିର୍ମାଣକୁ ବନ୍ଦ କରିବା ସହ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । କେଜ୍ରିୱାଲ ସରକାରର ପରିବେଶ ମନ୍ତ୍ରୀ ଗୋପାଲ ରାୟ ଏନେଇ ସୂଚନା ଦେଇଛନ୍ତି । ଦିନଦୟାଲ ଉପାଧ୍ୟାୟ ମାର୍ଗରେ ଥିବା ବିଜେପିର ନିର୍ମାଣାଧୀନ କାର୍ଯ୍ୟାଳୟ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦେଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ସୂଚନା ଅନୁସାରେ ପରିବେଶ ମନ୍ତ୍ରୀ ଗୋପାଲ ରାୟ ସିଏକ୍ୟୁଏମର ଆଦେଶରେ ବିଜେପିର ନିର୍ମାଣାଧୀନ କାର୍ଯ୍ୟାଳୟର କାମ ଉପରେ ରୋକ ଲଗାଇଦେଇଛି । ଅଚାନକ ପରିଦର୍ଶନ ପାଇଁ ମନ୍ତ୍ରୀ ପହଞ୍ଚିଥିବା ବେଲେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦେଇ ସିଏକ୍ୟୁମର ଆଦେଶ ପରେ ଗ୍ରାଫର ତୃତୀୟ ଚରଣ ବ୍ୟାନ ଲଗାଇଦିଆଯାଇଛି । ବଢୁଥିବା ପ୍ରଦୂଷଣକୁ ଦେଖିବା ପରେ ନିର୍ମାଣ ଏବଂ ବିଧ୍ୱଂସ କାର୍ଯ୍ୟ ଉପରେ ରୋକ ଲଗାଇ ଦିଆଯାଇଛି । ନିର୍ମାଣ କାର୍ଯ୍ୟକୁ ଦେଖିବା ପାଇଁ ୫୮୬ ଟିମର ଗଠନ କରାଯାଇଛି । କେବଳ ଏତିକି ନୁହେଁ ୫୨୧ ପାଣି ସିଞ୍ଚନ ମେସିନ , ୨୩୩ ଆଣ୍ଟି ସ୍ମଗ ଗନ, ୧୫୦ ମୋବାଇଲ ଆଣ୍ଟି ସ୍ମଗ ଗନର ପାଣି ସିଞ୍ଚନ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/bjp.jpg)