ନବରାତ୍ରୀ ଅବସରରେ ରେଳବିଭାଗ ପକ୍ଷରୁ ଯାତ୍ରୀଙ୍କୁ ବଡ଼ ଉପହାର ! ଆଜିଠାରୁ ଆରମ୍ଭ ହେଲା “ବନ୍ଦେଭାରତ ଏକ୍ସପ୍ରେସ”, ବୈଷ୍ଣୋଦେବୀ ଯାଉଥିବା ଭକ୍ତଙ୍କ ୪ ଘଣ୍ଟା ସମୟ ବଚାଂଇବ ଏହି ଟ୍ରେନ୍ । 

ନବରାତ୍ରୀ ଅବସରରେ ରେଳବିଭାଗ ପକ୍ଷରୁ ଯାତ୍ରୀଙ୍କୁ ବଡ଼ ଉପହାର ! ଆଜିଠାରୁ ଆରମ୍ଭ ହେଲା “ବନ୍ଦେଭାରତ ଏକ୍ସପ୍ରେସ”, ବୈଷ୍ଣୋଦେବୀ ଯାଉଥିବା ଭକ୍ତଙ୍କ ୪ ଘଣ୍ଟା ସମୟ ବଚାଂଇବ ଏହି ଟ୍ରେନ୍ । 

ଆଜି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ୍ ଗୋଏଲଙ୍କ ଉପସ୍ଥିତିରେ ଗୃହମନ୍ତ୍ରୀ ଅମିତ ଶାହା ଏହାର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀ ରେଳ ଷ୍ଟେସନରୁ ଏହି ଏକ୍ସପ୍ରେସ୍ ଜାମ୍ମୁ କାଶ୍ମୀର କଟରାକୁ ଯାତ୍ରା କରିବ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏହି ଟ୍ରେନକୁ ନିର୍ମାଣ କରାଯାଇଛି । ପୂର୍ବରୁ ଦିଲ୍ଲୀରୁ କଟରା ଯିବାପାଇଁ ୧୨ ଘଂଟା ସମୟ ଲାଗୁଥିଲା । ଏବେ ବନ୍ଦେଭାରତ ଏକ୍ସପ୍ରେସ ମାଧ୍ୟମରେ ଏହି ଦୂରତା ୮ ଘଣ୍ଟା ସମୟ ଲାଗିବ ।  ଫଳରେ ୪ ଘଂଟା ସମୟ ବଂଚିଯିବ । ବୈଷ୍ଣୋଦେବୀ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କର ଏହି ଏକ୍ସପ୍ରେସ୍ ଜରିଆରେ ୪ ଘଂଟା ସମୟ ହାତରେ ରହିବ । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ନବରାତ୍ରୀ ଅବସରରେ ବୈଷ୍ଣୋଦେବୀ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏହା ଏକ ଉପହାର ବୋଲି ମଧ୍ୟ କୁହାଯାଉଛି  । ବନ୍ଦେ ଭାରତ ଏକ୍ସପ୍ରେସ ଲୁଧୀଆନା ଜାମ୍ମୁ ହୋଇ ସଂନ୍ଧ୍ୟା ୫ଟା ୫୦ ମିନିଟରେ କଟରାରେ ପହଂଚିବ । ସେଠାରୁ ଦ୍ୱିପ୍ରହର ୩ଟାରେ ଫେରି ଦିଲ୍ଲୀରେ ରାତି ୧୧ ଟାରେ ପହଂଚିବ । ରେଳ ଅଧିକାରୀଙ୍କ ସୁଚନା ଅନୁସାରେ ଏହି ଟ୍ରେନରେ ରହିଛି ୧୬ଟି ବଗି । ପ୍ରାୟ ୧୧ ଶହ ଯାତ୍ରୀ ଏହି ଟ୍ରେନରେ ଯାତ୍ରା କରିପାରିବେ । ଅକ୍ଟୋବର ୫ ତାରିଖରୁ ପ୍ରତିଦିନ ଦିଲ୍ଲୀରୁ କଟରା ଯାତ୍ରା କରିବ ଏହି ଟ୍ରେନ ।

ବନ୍ଦେଭାରତ ଏକ୍ସପ୍ରେସ ଲଞ୍ଚ୍ କରିବା ପରେ ଗୃହମନ୍ତ୍ରୀ ଅମିତ୍୍ ଶାହ କହିଥିଲେ , ରେଳମନ୍ତ୍ରୀ ପିୟୁଷ୍ ଗୋଏଲଙ୍କ ନେତୃତ୍ୱରେ କାମ କରୁଥିବା ରେଳ ବିଭାଗର ସମସ୍ତ କର୍ମଚାରୀଙ୍କୁ ଅନେକ ଅନେକ ଶୁଭେଚ୍ଛା । ଆପଣମାନେ ଜମ୍ମୁ-କାଶ୍ମୀରକୁ ନବରାତ୍ରୀର ପବିତ୍ର ଅବସରରେ ବହୁତ ବଡ ଉପହାର ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe