ଆଜି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ୍ ଗୋଏଲଙ୍କ ଉପସ୍ଥିତିରେ ଗୃହମନ୍ତ୍ରୀ ଅମିତ ଶାହା ଏହାର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀ ରେଳ ଷ୍ଟେସନରୁ ଏହି ଏକ୍ସପ୍ରେସ୍ ଜାମ୍ମୁ କାଶ୍ମୀର କଟରାକୁ ଯାତ୍ରା କରିବ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏହି ଟ୍ରେନକୁ ନିର୍ମାଣ କରାଯାଇଛି । ପୂର୍ବରୁ ଦିଲ୍ଲୀରୁ କଟରା ଯିବାପାଇଁ ୧୨ ଘଂଟା ସମୟ ଲାଗୁଥିଲା । ଏବେ ବନ୍ଦେଭାରତ ଏକ୍ସପ୍ରେସ ମାଧ୍ୟମରେ ଏହି ଦୂରତା ୮ ଘଣ୍ଟା ସମୟ ଲାଗିବ । ଫଳରେ ୪ ଘଂଟା ସମୟ ବଂଚିଯିବ । ବୈଷ୍ଣୋଦେବୀ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କର ଏହି ଏକ୍ସପ୍ରେସ୍ ଜରିଆରେ ୪ ଘଂଟା ସମୟ ହାତରେ ରହିବ । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ନବରାତ୍ରୀ ଅବସରରେ ବୈଷ୍ଣୋଦେବୀ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏହା ଏକ ଉପହାର ବୋଲି ମଧ୍ୟ କୁହାଯାଉଛି । ବନ୍ଦେ ଭାରତ ଏକ୍ସପ୍ରେସ ଲୁଧୀଆନା ଜାମ୍ମୁ ହୋଇ ସଂନ୍ଧ୍ୟା ୫ଟା ୫୦ ମିନିଟରେ କଟରାରେ ପହଂଚିବ । ସେଠାରୁ ଦ୍ୱିପ୍ରହର ୩ଟାରେ ଫେରି ଦିଲ୍ଲୀରେ ରାତି ୧୧ ଟାରେ ପହଂଚିବ । ରେଳ ଅଧିକାରୀଙ୍କ ସୁଚନା ଅନୁସାରେ ଏହି ଟ୍ରେନରେ ରହିଛି ୧୬ଟି ବଗି । ପ୍ରାୟ ୧୧ ଶହ ଯାତ୍ରୀ ଏହି ଟ୍ରେନରେ ଯାତ୍ରା କରିପାରିବେ । ଅକ୍ଟୋବର ୫ ତାରିଖରୁ ପ୍ରତିଦିନ ଦିଲ୍ଲୀରୁ କଟରା ଯାତ୍ରା କରିବ ଏହି ଟ୍ରେନ ।
Delhi: Union Home Minister Amit Shah and Union Railway Minister Piyush Goyal along with Union Ministers Dr Jitendra Singh and Dr Harsh Vardhan flag-off the Vande Bharat Express from New Delhi to Shri Mata Vaishno Devi Katra. pic.twitter.com/IfODd6Jljr
— ANI (@ANI) October 3, 2019
ବନ୍ଦେଭାରତ ଏକ୍ସପ୍ରେସ ଲଞ୍ଚ୍ କରିବା ପରେ ଗୃହମନ୍ତ୍ରୀ ଅମିତ୍୍ ଶାହ କହିଥିଲେ , ରେଳମନ୍ତ୍ରୀ ପିୟୁଷ୍ ଗୋଏଲଙ୍କ ନେତୃତ୍ୱରେ କାମ କରୁଥିବା ରେଳ ବିଭାଗର ସମସ୍ତ କର୍ମଚାରୀଙ୍କୁ ଅନେକ ଅନେକ ଶୁଭେଚ୍ଛା । ଆପଣମାନେ ଜମ୍ମୁ-କାଶ୍ମୀରକୁ ନବରାତ୍ରୀର ପବିତ୍ର ଅବସରରେ ବହୁତ ବଡ ଉପହାର ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/Express.jpg)