କନକ ବ୍ୟୁରୋ : ସ୍ୱାଧୀନତା ଦିବସ ପାଳନ ପାଇଁ ହାଇ ସିକୁରିଟିରେ ଦେଶର ରାଜଧାନୀ ଦିଲ୍ଲୀ । ସୁରକ୍ଷାରେ ମୁତୟନ ହୋଇଛନ୍ତି ସ୍ୱାତ୍, ଏନଏସଜି, ଏସପିଜି ଏବଂ ଆଇଟିବିପି ଜବାନ । ଏହା ସହିତ ଦିଲ୍ଲୀ ପୋଲିସ ମଧ୍ୟ ରହିଛି ସୁରକ୍ଷା ଦାୟିତ୍ୱରେ । ବିଶେଷ କରି ଲାଲକିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ଲାଲକିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଉପରେ ରଖାଯାଇଛି କଡା ନଜର । ଆସୁଥିବା ସମସ୍ତ ଗାଡି ମୋଟର ଗୁଡିକ ଉପରେ ବିଶେଷ ନଜର ରହିଛି । ଗାଡି ମୋଟର ଗୁଡିକୁ କଡା ଯାଂଚ କରାଯାଇଛି । ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା ସହିତ ଏଥର ଲାଲକିଲ୍ଲାକୁ ସୁରକ୍ଷା କାରଣରୁ ଅଭେଦ୍ୟ ଗଡରେ ପରିଣତ କରିବାକୁ କରାଯାଇଛି ବ୍ଲୁ ପ୍ରିଂଟ ।publive-image

Advertisment

ଏଥିପାଇଁ ବିଭିନ୍ନ ରାସ୍ତାକୁ ଆଗୁଆ ବନ୍ଦ କରିଦିଆଯାଇଛି । ଚଳିତ ବର୍ଷ ଦେଶ କରୋନା ମହାମାରୀ ସମୟରେ ପାଳନ କରିବାକୁ ଯାଉଛି ସ୍ୱାଧୀନତା ଦିବସ । ଏଥିପାଇଁ ବିଶେଷ ପ୍ରସ୍ତୁତି ହୋଇଛି । ସାମାଜିକ ଦୂରତା ରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଅଧିକ ଲୋକଙ୍କ ସମାଗମ ଅଟକାଇବାକୁ ସାର୍ବଜନୀନ ପାସ୍ ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଛି । ସମସ୍ତ ଅତିଥୀ ସଂଖ୍ୟା ୨ ହଜାର ମଧ୍ୟରେ ସୀମିତ ରଖିବାକୁ ଯୋଜନା ହୋଇଛି । କେବଳ ଲାଲକିଲ୍ଲା ଅଂଚଳରେ ସୁରକ୍ଷାରେ ମୁତୟନ ହୋଇଛନ୍ତି ୪ ହଜାର ସୁରକ୍ଷା କର୍ମୀ । ଲାଗିଛି ପ୍ରାୟ ୩ ଶହରୁ ଅଧିକ କ୍ୟାମେରା । ପ୍ରତ୍ୟକ ସେକେଣ୍ଡର ଭିଜୁଆଲକୁ ତନ୍ନ ତନ୍ନ କରି ଯାଂଚ କରାଯାଉଛି । ଅଗଷ୍ଟ ୧୫ ତାରିଖ ଦିନ ସକାଳ ୬ଟା ୪୫ ମିନିଟରୁ ୮ଟା ୪୫ ମିନିଟ୍ ମଧ୍ୟରେ ଲାଲକିଲ୍ଲା ନିକଟ ଦେଇ ସମସ୍ତ ଗାଡି ମୋଟର ସହିତ ଲୋକଙ୍କ ଗମନାଗମନ ଉପରେ ରୋକ୍ ଲଗା ଯାଇଛି । ଏହା ସହିତ ରେଳ ଷ୍ଟେସନ, ଜନଗହଳି ସ୍ଥାନ , ପର୍ଯ୍ୟଟନ ସ୍ଥଳି ଗୁଡିକରେ ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି ।

ଅଗଷ୍ଟ ୧୫ ତାରିଖ ଅବସରରେ ଏଥର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସଂବୋଧନ କରିବେ । କରୋନା କାଳରେ ସ୍ୱାଧୀନତା ଦିବସକୁ ପୁରା କରୋନା କଟକଣା ମଧ୍ୟରେ ପାଳନ କରାଯିବାକୁ ହୋଇଛି ବ୍ୟବସ୍ଥା । ନେତାଜୀ ସୁଭାଷ ମାର୍ଗ, ଲୋହିୟା ରୋଜ୍, ଏସପି ମୁଖାର୍ଜୀ ମାର୍ଗ, ଚାନ୍ଦିନୀ ଚୌକ୍ ମାର୍ଗ, ନିଷାଦ ରାଜ ମାର୍ଗ, ଏସପ୍ଲାନେଡ୍ ରୋଡ୍ ଏବଂ ଏହାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା, ରାଜଘାଟରୁ ଆଇଏସବିଟି ରିଙ୍ଗ୍ ରୋଡ୍, ଆଇଏସବିଟି ରୋଡରୁ ଆଇପି ଫ୍ଲାଇଓଭର ଆଉଟର ରିଂ ରୋଡ୍ ସକାଳ ୪ଟାରୁ ଦିନ ୧୦ଟା ଯାଏଁ ବନ୍ଦ ରହିବା ନେଇ ଘୋଷଣା ହୋଇଛି ।