ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ ପରେ ଦିଲ୍ଲୀରେ ପୁଲିସ ଛାଉଁଣୀ । ଗିରଫଦାରୀକୁ ବିରୋଧୀଙ୍କ ବିରୋଧ ।  

Advertisment
ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ ପରେ ଦିଲ୍ଲୀରେ ପୁଲିସ ଛାଉଁଣୀ । ଗିରଫଦାରୀକୁ ବିରୋଧୀଙ୍କ ବିରୋଧ ।  

କନକ ବ୍ୟୁରୋ: ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ଦାରୀ ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହାସହ କେଜ୍ରିୱାଲଙ୍କ ଗିରଫ ଦାରୀ ପରେ ବିଜେପି ଉପରେ ବର୍ଷିଛନ୍ତି ବିରୋଧୀ ।

କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଭୟଭୀତ ଏକଛତ୍ରବାଦୀ ଏକ ମୃତ ଗଣତନ୍ତ୍ର ସୃଷ୍ଟି କରିବାକୁ ଚାହୁଁଛି । ଗଣମାଧ୍ୟମ ସହ ସମସ୍ତ ଅନୁଷ୍ଠାନକୁ ଦଖଲ କରିବା, ଦଳ ଭାଙ୍ଗିବା, କମ୍ପାନୀଠାରୁ ଚାନ୍ଦା ଆଦାୟ କରିବା, ମୁଖ୍ୟ ବିରୋଧୀ ଦଳର ଆକାଉଣ୍ଟ ଫ୍ରିଜ୍ କରିବା ମଧ୍ୟ ‘ରାକ୍ଷସ କ୍ଷମତା’ ପାଇଁ କମ୍ ଥିଲା, ତେଣୁ ଏବେ ନିର୍ବାଚିତ ମୁଖ୍ୟମନ୍ତ୍ରୀମାନଙ୍କୁ ଗିରଫ କରିବା ମଧ୍ୟ ଏକ ସାଧାରଣ କଥା ହୋଇଗଲାଣି । ଇଣ୍ଡିଆ ମେଂଟ ଏହାର ଉଚିତ ଜବାବ ଦେବ ବୋଲି କହିଛନ୍ତି ରାହୁଲ ।  ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି, ଯେଉଁମାନେ ପରାଜୟ ଭୟରେ ଜେଲରେ ଅଛନ୍ତି, ସେମାନେ ଅନ୍ୟ କାହାକୁ ବନ୍ଦୀ କରିବା ପାଇଁ କ’ଣ କରିବେ । ବିଜେପି ଜାଣିଛି ଯେ ସେ ଆଉ କ୍ଷମତାକୁ ଆସିବ ନାହିଁ । ଆପ ନେତ୍ରୀ ଆତିଶି କହିଛନ୍ତି, ଇସ୍ତଫା ଦେବେ ନାହିଁ ମୁଖ୍ୟମନ୍ତ୍ରୀ । ବରଂ ଜେଲରୁ ସରକାର ଚାଲିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe