କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲାରେ ବୁଧବାର ଦିନ ଭୂସ୍ଖଳନ କାରଣରୁ ୮ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ମହାରାଷ୍ଟ୍ରରେ ବୁଧବାର ସକାଳ ଠାରୁ ପ୍ରବଳ ବର୍ଷା ଜାରି ରହିଛି । ମହାବଳେଶ୍ୱର ଘାଟିରେ ପାହାଡ ଧସୁଥିବାର ଦେଖିବାକୁ ମିଳିଛି ।

Advertisment

ସେପଟେ ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶ, ପୂର୍ବ ରାଜସ୍ଥାନ, ପଶ୍ଚିମ ରାଜସ୍ଥାନ, ପଶ୍ଚିମ ମଧ୍ୟପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ଛତିଶଗଡ, ଗୋଆ, କେରଳ , ଆନ୍ଧ୍ରପ୍ରଦେଶ ଓ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଅନ୍ୟପଟେ ଏସବିଆଇ ରିସର୍ଚ୍ଚ ରିପୋର୍ଟ ଇକୋରେପ୍ ମୁତାବକ ବିପର୍ଯ୍ୟୟ ଓ ବନ୍ୟା କାରଣରୁ ଦେଶରେ ୧୦ ହଜାର କୋଟିରୁ ୧୫ ହଜାର କୋଟିର ଆର୍ଥିକ କ୍ଷତି ହୋଇଛି । ଏହାସହ ସମାନ କାରଣ ପାଇଁ ଦେଶରେ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ୧୨ଟି ରାଜ୍ୟର ୨୧ ଟି ଜିଲ୍ଲାରେ ୬୦ ପ୍ରତିଶତ କମ୍ ବର୍ଷା ହୋଇଛି । ଯଥାକ୍ରମେ ବିହାରରେ ୨୯ ପ୍ରତିଶତ, ଉତ୍ତର ପ୍ରଦେଶରେ ୨୫ ପ୍ରତିଶତ କମ୍ ବର୍ଷା ହୋଇଛି ।