କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ସବିଆଇକୁ ଜବାବ ମାଗିଛନ୍ତି । ସିବିଆଇ ଆଗାମୀ ୭ ଦିନ ମଧ୍ୟରେ ତା’ର ଜବାବ ଦାଖଲ କରିବ । ଏହାପରେ ୨ ଦିନ କେଜ୍ରିୱାଲଙ୍କ ତରଫରୁ ତାର ପ୍ରତି ଉତ୍ତର ପ୍ରଦାନ କରାଯିବ । ଏହାର ଗୋଟିଏ ସପ୍ତାହ ଅର୍ଥାତ ଜୁଲାଇ ୧୭ ତାରିଖରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ ।
କୋର୍ଟରେ ଆଜି ହୋଇଥିବା ଶୁଣାଣି କ୍ରମରେ କେଜ୍ରିୱାଲଙ୍କ ଓକିଲ ଡ.ଅଭିଷେକ ମନୁ ସଂଘଭୀ ସିବିଆଇର ଗିରଫଦାରୀ ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ କି, ୨ ବର୍ଷ ପୂର୍ବେ ଦାଖଲ ହୋଇଥିବା ମାମଲାରେ କେଜ୍ରିୱାଲଙ୍କୁ ୬ ମାସ ପୂର୍ବରୁ ନୋଟିସ ହୋଇଥିଲା । ଇଡିର ଗିରଫଦାବୀ ପରେ ଜୁନ ୨୩ ତାରିଖରେ ତାଙ୍କୁ ଜେଲ ଭିତରୁ ପୁଣି ଗିରଫ କରାଯାଇଥିଲା । ଯାହାର କୌଣସି ଆବଶ୍ୟକତା ନଥିବା କଥା ସଂଘଭୀ କୋର୍ଟକୁ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/Capture-4.jpg)