କୋଭିଡ ରୋଗୀଙ୍କ ସଂଜିବନୀ ଅକ୍ସିଜେନ ବଂଟନ ବିବାଦ  । ଭେଦଭାବ ପ୍ରଶ୍ନ ଉଠାଇ କେନ୍ଦ୍ର ଉପରେ ବର୍ଷିଲେ ଦିଲ୍ଲୀ ହାଇକୋଟ ।

162

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟ ଯେତିକି ଅକ୍ସିଜେନ ମାଗୁଛନ୍ତି, ତାଠୁ ଅଧିକ ଅକ୍ସିଜେନ ଯୋଗା ଯାଉଛି । ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅକ୍ସିଜେନ ପାଇଁ ବାରମ୍ବାର ନିବେଦନ କରିବା ସତ୍ତ୍ବେ କାହିଁକି ଯୋଗା ଯାଉ ନାହିଁ । ତେଣୁ କେନ୍ଦ୍ର ସରକାର ଅଧିକ ଅକ୍ସିଜେନ ଦାବି କରିଥିବା ରାଜ୍ୟକୁ କମ ଅକ୍ସିଜେନ ଯୋଗାଣର କେତେ ଯୁକ୍ତି ସଙ୍ଗତ ତାହା ଦର୍ଶାନ୍ତୁ କିମ୍ବା ଅକ୍ସିଜେନ ବଂଟନ ପାଇଁ ଆଇନ ଆଣନ୍ତୁ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ । ଗୁରୁବାର ମାମଲାର ଶୁୁଣାଣି କରି ଜଷ୍ଟିସ ବିପିନ ସଙ୍ଘାଇ ଓ ଜଷ୍ଟିସ ରେଖା ପାଲ୍ଲିଙ୍କ ଖଣ୍ଡପୀଠ କେନ୍ଦ୍ରକୁ ଏପରି କଡା ଟିପ୍ପଣୀ କରିଛନ୍ତି । ଏଥିସହ ଶୁକ୍ରବାର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷ ରଖି ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ମଧ୍ୟପ୍ରଦେଶରେ ସଂକ୍ରମଣ ବଢିବାରୁ ଅଧିକ ଅକ୍ସିଜେନ ଯୋଗାଯାଇଛି । ଏହା ଏନଡିଏ ବନାମ ଅନ୍ୟ ସରକାର ନୁହେଁ । ରାଜ୍ୟ ସହ ମିଳିତ ଭାବେ କରୋନା ବିରୋଧରେ ଲଢୁଛନ୍ତି କେନ୍ଦ୍ର ସରକାର ।  ଦିଲ୍ଲୀରେ ଅକ୍ସିଜେନ ଅଭାବ ଅବସ୍ଥା ଅସମ୍ଭାଳ ହେଲାଣି । ତେଣୁ ଦିଲ୍ଲୀକୁ ଆଂବଟିତ ହୋଇଥିବା ୪୯୦ ମେଟ୍ରିକ ଟନ ଅକ୍ସିଜେନ ଯୋଗାଣ କାହିଁକି ଆରମ୍ଭ ହୋଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ । ହାଇକୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ..

  • ମଧ୍ୟପ୍ରଦେଶ ୪୪୫ ମେଟ୍ରିକ ଟନ୍ ଅକ୍ସିଜେନ ଦାବି କରିଥିଲା
  • ମଧ୍ୟପ୍ରଦେଶକୁ ମିଳିଛି ୫୪୦ ମେଟ୍ରିକ ଟନ୍ ଅକ୍ସିଜେନ
  • ମହାରାଷ୍ଟ୍ର ୧୫୦୦ ମେଟ୍ରିକ ଟନ୍ ଅକ୍ସିଜେନ ଦାବି କରିଥିଲା
  • ମହାରାଷ୍ଟ୍ରକୁ ମିଳିଛି ୧୬୬୧ ମେଟ୍ରିକ ଟନ୍ ଅକ୍ସିଜେନ୍
  • ଦିଲ୍ଲୀ ୭୮୦ ମେଟ୍ରିକ ଟନ୍ ଅକ୍ସିଜେନ ଦାବି କରିଥିଲା
  • ଦିଲ୍ଲୀକୁ ମିଳିଛି  ୪୮୦ ମେଟ୍ରିକ ଟନ୍ ଅକ୍ସିଜେନ୍

ଦିଲ୍ଲୀରେ ଅକ୍ସିଜେନ ଅଭାବ ଯୋଗୁଁ ଦିଲ୍ଲୀରେ ଅତିକମରେ ୨୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେଣଉ ଦିଲ୍ଲୀକୁ କାହିଁକି ଆବଶ୍ୟକତା ମୁତାବକ ଅକ୍ସିଜେନ ଯୋଗାଣ କରାଯାଉ ନାହିଁ ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ରର ପକ୍ଷ ରଖି ସଲିସଟର ଜେନେରାଲ ତୁଷାର ମହେଟ୍ଟା କହିଛନ୍ତି, ଗୁଜୁରାଟ ଭଳି ରାଜ୍ୟକୁ ଦାବି ଠାରୁ କମ୍ ଅକ୍ସିଜେନ ବଂଟନ କରାଯାଇଥିବା ନଜିର ମଧ୍ୟ ରହିଛି ।