କନକ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟ ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ୍’କୁ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଫିଲ୍ମର ଓଟିଟି ରିଲିଜ୍ ପୂର୍ବରୁ ଫିଲ୍ମରେ ପରିବର୍ତ୍ତନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଓଟିଟି ରିଲିଜ୍ ପାଇଁ ଫିଲ୍ମ ‘ପଠାନ୍’କୁ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି କୋର୍ଟ । ରିଲିଜ୍ ପାଇଁ ହିନ୍ଦି ଭାଷାକୁ ଦେବନାଗରୀ ଭାଷାରେ ଅଡିଓ ବିବରଣୀ, କ୍ଲୋଜ୍ କ୍ୟାପ୍ସନିଙ୍ଗ ଓ ସବ ଟାଇଟଲ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଫିଲ୍ମକୁ ଦୃଷ୍ଟିବାଧିତ ଦର୍ଶକ ଯେପରି ଉପଭୋଗ କରିପାରିବେ ସେ ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଏପରି କରିବା ପରେ ଫିଲ୍ମର ରି-ସାର୍ଟିଫିକେସନ୍ ପାଇଁ ସିବିଏଫସି ଅର୍ଥାତ୍ କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ ପାଖରେ ଜମା କରିବାକୁ ଫିଲ୍ମ ନିର୍ମାତାଙ୍କୁ ନିର୍ଦ୍ଦେଶ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/22-13.jpg)