ଦିଲ୍ଲୀ ହାଇକୋର୍ଟର ନିର୍ଦ୍ଦେଶ : ସ୍ୱାମୀଙ୍କ ଦରମାର ୩୦ ପ୍ରତିଶତ ଭାଗ ପତ୍ନୀଙ୍କୁ ମିଳିବ 

861

ସ୍ୱାମୀଙ୍କ ଦରମାର ଏକ ତୃତୀୟାଂଶ ଭାଗ ପତ୍ନୀଙ୍କୁ ଭରଣ ପୋଷଣ ଭତ୍ତା ଭାବେ ଦିଆଯାଉ ବୋଲି ଦିଲ୍ଲୀ ହାଇକୋର୍ଟ କହିଛି । କୋର୍ଟ ଏହା ବି କହିଛି କି, ଯଦି ଅନ୍ୟ କେହି ତାଙ୍କ ଉପରେ ନିର୍ଭରଶୀଳ ରହୁନାହାଁନ୍ତି ତେବେ ସ୍ୱାମୀଙ୍କ ସମୁଦାୟ ଦରମାର ଦୁଇ ଭାଗ ହେବ । ଗୋଟିଏ ଭାଗ ସ୍ୱାମୀଙ୍କ ପାଖରେ ରହିବ  ଓ ଆଉ ଗୋଟିଏ ଭାଗ ପତ୍ନୀଙ୍କ ପାଖରେ । କୋର୍ଟରେ ପିଟିିସନ ଦାଖଲ କରିଥିବା ମହିଳାଙ୍କ ଆବେଦନର ଶୁଣାଣିରେ ନିର୍ଦ୍ଦେଶ ଦେଇଛନ୍ତି କି ମହିଳାଙ୍କୁ ସ୍ୱାମୀଙ୍କ ଦରମାରୁ ୩୦% ମିଳୁ ।

ମହିଳାଙ୍କ ବିବାହ ୭ ମେ’ ୨୦୦୬ରେ ହୋଇଥିଲା । ତାଙ୍କ ସ୍ୱାମୀ ସିଆଇଏସଏଫରେ ଇନ୍ସପେକ୍ଟର ଅଛନ୍ତି । ତାଙ୍କର ଛାଡପତ୍ର ପରେ ମହିଳା ଭରଣ ପୋଷଣ ଭତ୍ତା ପାଇଁ କୋର୍ଟରେ ଆବେଦନ କରିଥିଲେ । ୨୧ ଫେବୃୟାରୀ ୨୦୦୮ରେ ମହିଳାଙ୍କ ଭତ୍ତା ନିର୍ଦ୍ଧାରିତ କରାଗଲା । ଏହା ଅଧିନରେ ତାଙ୍କ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦିଆଗଲା କି ତାଙ୍କ ଦରମାର ୩୦% ପତ୍ନୀଙ୍କୁ ଦିଆଯାଉ । କୋର୍ଟର ନିଷ୍ପତ୍ତିିକୁ ମହିଳାଙ୍କ ସ୍ୱାମୀ  ଚ୍ୟାଲେଞ୍ଜ କରିବାରୁ ଟ୍ରାଏଲ କୋର୍ଟ ତାହା ୩୦%ରୁ କମାଇ ୧୫% କରିଦେଲା । ଏହାପରେ ମହିଳା ଏହାକୁ ନେଇ ଦିଳ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ  ।