ଜେଏନୟୁ ହିଂସା ମାମଲାରେ ହ୍ୱାଟ୍ସଆପ୍, ଗୁଗୁଲକୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍ । ହ୍ୱାଟ୍ସଆପ୍ ଗ୍ରୁପରେ ଆକ୍ରମଣ ପାଇଁ କରାଯାଇଥିଲା ଷଡଯନ୍ତ୍ର

Advertisment
ଜେଏନୟୁ ହିଂସା ମାମଲାରେ ହ୍ୱାଟ୍ସଆପ୍, ଗୁଗୁଲକୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍ । ହ୍ୱାଟ୍ସଆପ୍ ଗ୍ରୁପରେ ଆକ୍ରମଣ ପାଇଁ କରାଯାଇଥିଲା ଷଡଯନ୍ତ୍ର

କନକ ବ୍ୟୁରୋ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ହିଂସା ମାମଲାରେ ଦିଲ୍ଲୀ ହାଇକୋର୍ଟ ହ୍ୱାଟ୍ସଆପ ଓ ଗୁଗଲକୁ ନୋଟିସ ଜାରି କରିଛନ୍ତି । ବର୍ତ୍ତମାନ ହିଂସାକାଣ୍ଡ ଘଟଣାର ତଦନ୍ତ ଜାରି କରିଛି । ତେବେ ଜେଏନୟୁ ହିଂସା ଦିନର ବିଭିନ୍ନ ତଥ୍ୟ ସୁରକ୍ଷିତ ରଖିବା ପାଇଁ ତଥା ସିସିଟିଭି ଫୁଟେଜ, ହ୍ୱାଟ୍ସଆପ୍ ମେସେଜ ଓ ଓ ଅନ୍ୟ ବଳିଷ୍ଠ ପ୍ରମାଣଗୁଡିକୁ ସୁରକ୍ଷିତ ରଖିବା ନେଇ ହାଇକୋର୍ଟ ହ୍ୱାଟ୍ସଆପ, ଗୁଗୁଲ , ଫେସବୁକ ଓ ଆପଲକୁ ନୋଟିସ ଜାରି କରିଛନ୍ତି ।

publive-image

ଦିଲ୍ଲୀ ପୋଲିସ ଓ ରାଜ୍ୟ ସରକାରଙ୍କୁ ବି କୋର୍ଟ ନୋଟିସ ଜାରି କରିଛନ୍ତି । ଜେଏନୟୁ ପ୍ରଫେସରଙ୍କ ଦ୍ୱାରା ହୋଇଥିବା ଆବେଦନ ଆଧାରରେ ଏହି ନୋଟିସ ଜାରି ରହିଛି । ହିଂସା ଘଟଣାରେ ଦିଲ୍ଲୀ ପୋଲିସ ହାଇକୋର୍ଟଙ୍କୁ କହିଥିଲେ, ସିସିଟିଭି ଫୁଟେଜକୁ ସଂରକ୍ଷିତ ରଖିବାକୁ ବିଶ୍ୱବିଦ୍ୟାଳୟକୁ କୁହାଯାଇଥିଲା । କିନ୍ତୁ ଏ ନେଇ କିଛି ସୂଚନା ମିଳିନାହିଁ । ୨ଟି ଗ୍ରୁପ ସଂକ୍ରାନ୍ତରରେ ହ୍ୱାଟ୍ସଆପଠାରୁ ବିବରଣୀ ମଗାଯାଇଥିବା ପୋଲିସ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe