ଅକ୍ସିଜେନ ଅଭାବ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ । କହିଲେ ତୁମେ ଆଖିବୁଜି ଦେଇପାର, ଆମେ ନୁହେଁ ।
କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦୈନିକ ରେକର୍ଡ ଭାଙ୍ଗୁଥିବା ବେଳେ ଚିକିତ୍ସା ପାଇଁ ଅକ୍ସିଜେନ୍ ସାଜିଛି ବାଧକ । ଏନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ ଦାଖଲ ହୋଇଥିବା ମାମଲା ଉପରେ ଆଜି ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଶୁଣାଣି ବେଳେ କୋର୍ଟ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଭତ୍ସନା କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଶୁଣାଣି ବେଳେ କୋର୍ଟ କେନ୍ଦ୍ର ସରକାରଙ୍କ ଉର୍ଦ୍ଦେଶ୍ୟରେ କହିଛନ୍ତି କି ଦିଲ୍ଲୀର ଅକ୍ସିଜେନ ଅଭାବ ନେଇ ତୁମେ ଆଖି ବନ୍ଦ କରିପାର ହେଲେ ଆମେ କରିପାରିବୁ ନାହିଁ । ହାଇକୋର୍ଟକୁ ଆମିକସ୍ କ୍ୟୁରି ସୂଚନା ଦେଇଛନ୍ତି କି ଅକ୍ସିଜେନ ଅଭାବରୁ ଦିଲ୍ଲୀରେ ଦୈନିକ ଲୋକଙ୍କର ମୃତ୍ୟୁ ହେଉଛି । ହାଇକୋର୍ଟ କେନ୍ଦ୍ରସରକାରଙ୍କୁ ଉପଦେଶ ଦେଇ କହିଛନ୍ତି କି ବର୍ତମାନ ମହାରାଷ୍ଟ୍ରରେ ଅକ୍ସିଜେନର ଆବଶ୍ୟକତା ଠାରୁ ଅଧିକ ଗଚ୍ଛିତ ଅଛି , ତେଣୁ ସେଠାରୁ କିଛି ଅକ୍ସିଜେନ ଟ୍ୟାଙ୍କର ଦିଲ୍ଲୀକୁ ଯୋଗାଇ ଦିଆଯିବା ଦରକାର । ଅନ୍ୟପଟେ କେନ୍ଦ୍ର ତରଫରୁ କୁହାଯାଇଛି କି ଆଜି ସୁପ୍ରିମକୋର୍ଟରେ କେନ୍ଦ୍ର ତାର ଅନୁପାଳନ ରିପୋର୍ଟ ଦାଖଲ କରୁଛି ।
ଅନ୍ୟପଟେ ଆମିକସ୍ କ୍ୟୁରୀ କହିଛନ୍ତି କି କିଛି ସ୍ଥାନରେ ଅକ୍ସିଜେନ ଷ୍ଟୋର କରାଯାଇପାରିବ,ଯାହାଦ୍ୱାରା ଅଭାବ ବେଳେ ତାହାକୁ ବ୍ୟବହାର କରାଯାଇ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ । କହିରଖୁ କି ଦିଲ୍ଲୀ ସରକାର ହାଇକୋର୍ଟରେ ଅଭିଯୋଗ କରିଥିଲେ କି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଅକ୍ସିଜେନ ଯୋଗାଣ ଓ ଟ୍ୟାଙ୍କରର ସଠିକ୍ ବିନିଯୋଗ କରାଯାଉ ନାହିଁ । ଏହା ଉପରେ ଶୁଣାଣି କରି କୋର୍ଟ ଏଭଳି ରାୟ ଶୁଣାଇଛନ୍ତି ।