ନିର୍ଭୟାଙ୍କୁ ନ୍ୟାୟ ପାଇଁ ଗଡୁଛି ତାରିଖ । ଗୃହ ମନ୍ତ୍ରାଳୟର ଆବେଦନ ନେଇ ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ । ଫାଶୀ ତାରିଖ ଘୁଞ୍ଚାଇବା ବିରୋଧରେ ହୋଇଥିଲା ଆବେଦନ ।

360

କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ରାୟକୁ ଅଦାଲତ ସଂରକ୍ଷିତ ରଖିଛନ୍ତି ।

ଆଜି ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଥିଲା । ଏହି ଆବେଦନରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ, ଦୋଷୀ ଫାଶୀ ସମୟକୁ ଗଡାଇବା ପାଇଁ ପ୍ରୟାସ ଚଳାଇଛନ୍ତି । ତେବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଆବେଦନ ନେଇ ଆଜି ରାୟ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ ।