ବାଣ ଉପରୁ କଟକଣା ହଟାଇବାକୁ ମନା କଲେ ସୁପ୍ରିମକୋର୍ଟ : କହିଲେ, ମିଠାରେ ଖର୍ଚ୍ଚ କର ଟଙ୍କା

ବାଣ ଉପରୁ କଟକଣା ହଟାଇବାକୁ ମନା କଲେ ସୁପ୍ରିମକୋର୍ଟ : କହିଲେ, ମିଠାରେ ଖର୍ଚ୍ଚ କର ଟଙ୍କା

କନକ ବ୍ୟୁରୋ : ଦିଲ୍ଲୀରେ ବାଣ ବିକ୍ରି ଓ ବାଣ ଫୁଟାଇବା ଉପରେ କଟକଣା ହଟାଇବାକୁ ମନାକଲେ ସୁପ୍ରିମକୋର୍ଟ । ରାଜଧାନୀରେ ବାୟୁମାନକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ଏବଂ ପ୍ରଦୂଷଣ ରୋକିବା ଦିଗରେ ଏହା ଏକ ଉତମ ପଦକ୍ଷେପ ହୋଇଥିବାରୁ ଏ ବାବଦ ନିଷେଧାଦେଶ ପ୍ରତ୍ୟାହାର ହେବନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଦୀପାବଳି ଉତ୍ସବ ପାଳନ କରିବାର ଅନ୍ୟ ସବୁ ଉପାୟ ଅଛି । ତେଣୁ ବର୍ତମାନ ସ୍ଥିିତିରେ ବାଣ ଉପରୁ କଟକଣା ହଟାଇ ହେବନାହିଁ ।

ଜଷ୍ଟିସ ଏମଆର ଶାହଙ୍କ ଖଣ୍ଡପୀଠ କହିଛନ୍ତି ଲୋକମାନଙ୍କୁ ସ୍ୱଚ୍ଛ ବାୟୁ ନିଶ୍ୱାସରେ ଗ୍ରହଣ କରିବାକୁ ଦିଆଯାଉ । ବାଣ ପରିବର୍ତେ ମିଠାରେ ପଇସା ଖର୍ଚ୍ଚ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଦିଲ୍ଲୀରେ ସଂପୂର୍ଣ୍ଣ ବାଣ ନିଷିଦ୍ଧ କରାଯିବାକୁ ଚ୍ୟାଲେଂଚ କରି ବିଜେପି ସାଂସଦ ମନୋଜ ତିୱାରୀ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । କୋର୍ଟ ଏହି ଆବେଦନକୁ ଜରୁରୀ ଶୁଣାଣି ପାଇଁ ଗ୍ରହଣ କରିନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe