କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ସାଂଘାତିକ ହେଲାଣି ବାୟୁ ପ୍ରଦୂଷଣ । ଦୀପାବଳିର ଦୁଇ ଦିନ ପରେ ବି ବାୟୁର ମାନ ବିପଦଜନକ ସ୍ଥିତିରେ ରହିଛି । ଗତ ୫ ବର୍ଷର ରେକର୍ଡ କାଟିଦେଇଛି ଚଳିତବର୍ଷର ବାୟୁ ପ୍ରଦୂଷଣ । ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିୟା କହିଛନ୍ତି, ଦିଲ୍ଲୀର ବାୟୁ ଧୁମପାନଠୁ ଅଧିକ କ୍ଷତିକାରକ । ଅଧ୍ୟୟନ କହୁଛି, ବାୟୁ ପ୍ରଦୂଷଣ ଯୋଗୁ ଦିଲ୍ଲୀ ବାସିନ୍ଦାଙ୍କ ଜୀବନକାଳ କମିଯାଉଛି । ଅଧିକାଂଶ ଲୋକଙ୍କ ଫୁସଫୁସ୍ କଳା ପଡ଼ିଯାଉଛି ।
ଭାରତ ଗଙ୍ଗେୟ ସମତଳ ଅଞ୍ଚଳରେ ପ୍ରଦୂଷଣର ମାତ୍ରା ଅଧିକ ରହିଛି । ଦୀପାବଳିରେ ବାଣ ଫୁଟାଇବାଠାରୁ ଆରମ୍ଭ କରି ଅଧିକ ଗାଡି ଚଳାଇବା କାରଣରୁ ପ୍ରଦୂଷଣ ବଢିଛି । ପ୍ରଦୂଷଣ ଯୋଗୁ ସଂକ୍ରମଣ ଅଧିକ ବଢିପାରେ । ସେପଟେ ଦିଲ୍ଲୀ ପ୍ରଦୂଷଣ ରୋକିବାକୁ ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଦିଲ୍ଲୀ ସରକାର । ରାସ୍ତାରେ ପାଣି ଛିଞ୍ଚିବା ପାଇଁ ୧୧୪ଟି ପାଣି ଟ୍ୟାଙ୍କର ମୁତୟନ କରିଛନ୍ତି । ଏହା ସହ ୯୨ଟି ନିର୍ମାଣ ସ୍ଥଳ ବନ୍ଦ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/Screen-shot-2018-11-05-at-9.17.15-PM-750x430-1.png)