କନକ ବ୍ୟୁରୋ:  ଦିଲ୍ଲୀରେ ବାୟୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ ଏହି ସ୍ଥିତିରେ ସରକାର ଅନେକ ବଡ ନିଷ୍ପତ୍ତି ନେଇଛନ୍ତି । ନଭେମ୍ବର ୯ ତାରିଖରୁ ସ୍କୁଲ ଖୋଲିବା ସହ ଅଫିସ ୧୦୦ ପ୍ରତିଶତ କ୍ଷମତାରେ ଚାଲିବାକୁ ନିର୍ଦ୍ଦେଶ ରହିଛି । ତାଜା ସୂଚନା ଅନୁସାରେ ଦିଲ୍ଲୀରେ ଚାରିଚକିଆ ଗାଡିରେ ବିଏସ-୩ ପେଟ୍ରୋଲ ଏବଂ ବିଏସ-୬ ଡିଜେଲ ବାହନ ଉପରେ ପ୍ରତିବନ୍ଧକ ଜାରି ରହିଛି ।

Advertisment

ଦିଲ୍ଲୀ ସରକାର ବୈଠକ ପରେ କିଛି ଦିନ ତଳେ ସ୍କୁଲ, ଗାଡି ତଥା ଅନ୍ୟ ରାଜ୍ୟରୁ ଆସୁଥିବା ବାହନ ଉପରେ ରୋକ ଲଗାଇଥିଲେ । ସେହିଭଳି ବିଭିନ୍ନ କମ୍ପାନୀରେ କର୍ମଚାରୀ ସଂଖ୍ୟା ହ୍ରାସ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ତେବେ ସ୍ଥିତି ସୁଧୁରିବା ପରେ ଅନେକ ପ୍ରତିବନ୍ଧକ ପ୍ରତ୍ୟାହାର ହୋଇଛି । ନଭେମ୍ବର ୯ରେ ଦିଲ୍ଲୀରେ ସମସ୍ତ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ରହିଛି ।