ଦିଲ୍ଲୀ ସରକାରଙ୍କ ଅଭିନବ ପ୍ରୟାସ: ଆରମ୍ଭ ହେଲା 'ମ୍ୟୁଜିକ୍ ବସ୍ ଷ୍ଟୁଡିଓ', ସରକାରୀ ବିଦ୍ୟାଳୟର ପିଲାମାନଙ୍କୁ ଦିଆଯିବ ସଂଗୀତ ଶିକ୍ଷା

Advertisment
ଦିଲ୍ଲୀ ସରକାରଙ୍କ ଅଭିନବ ପ୍ରୟାସ: ଆରମ୍ଭ ହେଲା 'ମ୍ୟୁଜିକ୍ ବସ୍ ଷ୍ଟୁଡିଓ', ସରକାରୀ ବିଦ୍ୟାଳୟର ପିଲାମାନଙ୍କୁ ଦିଆଯିବ ସଂଗୀତ ଶିକ୍ଷା
କନକ ବ୍ୟୁରୋ: ଭବିଷ୍ୟତର ସଂଗୀତଜ୍ଞମାନଙ୍କୁ ତାଲିମ ଦେବା ପାଇଁ ଦିଲ୍ଲୀ ସରକାର ଆରମ୍ଭ କରିଛନ୍ତି ଏକ ଅଭିନବ ଯୋଜନା । ଏଥର ସଙ୍ଗୀତ ଶିଖିବାକୁ ପିଲାମାନଙ୍କୁ ଆଉ କୌଣସି ଇନଷଟିଚ୍ୟୁଟ୍ ଯବାକୁ ପଡିବ ନାହିଁ । ସଙ୍ଗୀତରେ ରୁଚି ରଖୁଥିବା ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଟ୍ରେନିଙ୍ଗ ଦେବାକୁ ଦିଲ୍ଲୀ ସରକାର ଆରମ୍ଭ କରିଛନ୍ତି 'ମ୍ୟୁଜିକ୍ ବସ୍ ଷ୍ଟୁଡିଓ' । ଏହାଦ୍ୱାରା ସମାଜରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇପାରିବ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ।
'ମ୍ୟୁଜିକ୍ ବସ୍ ଷ୍ଟୁଡିଓ' ମଧ୍ୟ ଏକ ସ୍ମାର୍ଟ ଟିଭି ସହିତ ସଜ୍ଜିତ ହୋଇଥିବା ମୋବାଇଲ ଷ୍ଟୁଡିଓ, ଯାହା ଭିତରେ ରହିଛି ଅନେକ ବାଦ୍ୟଯନ୍ତ୍ର । ବିଦ୍ୟୁତ୍ ବିନା ମଧ୍ୟ ଏହି ମୋବଇଲ ମ୍ୟୁଜିକ୍ ଷ୍ଟୁଡିଓ ଆଠ ଘଣ୍ଟା ପର୍ୟ୍ୟନ୍ତ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟକ୍ଷମ ହୋଇପାରିବ ।
publive-image
ଦିଲ୍ଲୀ ସରକାର ଦାବି କରିଛନ୍ତି ଯେ ଏହା ଭାରତର ପ୍ରଥମ 'ମୋବାଇଲ୍ ମ୍ୟୁଜିକ୍ ବସ୍' ଏବଂ ଏହା ସଙ୍ଗୀତ କ୍ଷେତ୍ରରେ  କରିଅର୍ ନିର୍ମାଣରେ ବଶ ସହାୟକ ହେବ ।  ଏଥିପାଇଁ  ଅଡିଓ ପ୍ରଡକ୍ସନ୍ ଏବଂ ଫିଲ୍ମ ପ୍ରଡକ୍ସନ୍ ସମେତ ଏକ ଗଣମାଧ୍ୟମ ଆଧାରିତ ପାଠ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ତାଲିମ ଦେବାକୁ ଲକ୍ଷ୍ୟ ରହିଛି ।ଏହି ପ୍ରକଳ୍ପରେ ୫,୦୦୦ ପିଲାଙ୍କୁ ଉପକୃତ କରିବାର ଲକ୍ଷ୍ୟ ରହିଛି ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି। ପିଲାମାନଙ୍କୁ ଆଉ ସଙ୍ଗୀତ ଶିଖିବାକୁ ବାହାରକୁ ଯିବାକୁ ପଡିବ ନାହିଁ ଏବଂ ଏହା ବଦଳରେ ସଂଗୀତ ସେମାନଙ୍କ ପାଖରେ ପହଞ୍ଚିବ। "ମ୍ୟୁଜିକ୍ ବସ୍' ପିଲାମାନଙ୍କ ପାଖରେ ପହଞ୍ଚିବ, ସେମାନଙ୍କର କଳାତ୍ମକ ଉତ୍ସାହକୁ ଚିହ୍ନଟ କରିବ ଏବଂ ଏକ ସଙ୍ଗୀତର ମୂଳଦୁଆ ପକାଇବ  । ତାଲିମପ୍ରାପ୍ତ ସଂଯୋଜକମାନଙ୍କ ଦ୍ୱାରା ପରିଚାଳିତ ନିୟମିତ କର୍ମଶାଳା ମାଧ୍ୟମରେ ସଙ୍ଗୀତ ଶିକ୍ଷା ଦିଆଯିବ ବୋଲି ସିସୋଦିଆ କହିଛନ୍ତି । "ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଏକ ଗଣମାଧ୍ୟମ ଆଧାରିତ ପାଠ୍ୟକ୍ରମ ମାଧ୍ୟମରେ ନିମ୍ନ ଆୟକାରୀ ଗୋଷ୍ଠୀର ପିଲାମାନଙ୍କୁ ତାଲିମ ଦେବା ଯେଉଁଥିରେ ଅଡିଓ ଉତ୍ପାଦନ, ଗ୍ରାଫିକ୍ ଡିଜାଇନିଂ ଏବଂ ଚଳଚ୍ଚିତ୍ର ଉତ୍ପାଦନ ଅନ୍ତର୍ଭୁକ୍ତ ଯାହା ସେମାନଙ୍କୁ ଏହି କ୍ଷେତ୍ରରେ ସ୍ଥାୟୀ କ୍ୟାରିଅର୍ ନିର୍ମାଣରେ ସାହାଯ୍ୟ କରିବ। ଏଥିପାଇଁ ସିଏସଆର ଅଧୀନରେ ଏସବିଆଇ କାର୍ଡ ଦ୍ୱାରା ଫଣ୍ଡିଂ କରାଯାଇଛି ।
ପ୍ରତ୍ୟେକ ବାପା, ମା’ ଚାହାଁନ୍ତି ସେମାନଙ୍କ ପିଲା କଳାତ୍ମକ ପ୍ରତିଭାର ଅଧିକାରୀ ହେଉ । ପିଲାମାନଙ୍କ ମଧ୍ୟରେ ଏପରି କିଛି ଅନ୍ତର୍ନିହିତ ଗୁୁଣର ଅଭାସ ପାଇ ମଧ୍ୟ ଅର୍ଥ ଅଭାବରୁ ଏହାକୁ ପ୍ରଶିକ୍ଷିତ କରିପାରନ୍ତି ନାହିଁ । ହେଲେ ଦିଲ୍ଲୀ ସରକାରଙ୍କ ଏପରି ଯୋଜନା ଏହି ଅଭିଭାବକଙ୍କ ସ୍ୱପ୍ନ ପୂରଣ କରିବାରେ ସହାୟକ ହେବା ସହ ସଙ୍ଗୀତ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ  ସକାରାତ୍ମକ ଭାବନା ସୃଷ୍ଟି କରିବ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe