ଦିଲ୍ଲୀ ବିଧାୟକଙ୍କ ହାତପାଣ୍ଠିକୁ ଗତକାଲି ୪କୋଟିରୁ ୧୦ କୋଟି ବଢାଇଛନ୍ତି ଦିଲ୍ଲୀ ସରକାର : ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଧନ୍ୟବାଦ ଜଣାଇଲେ ଦିଲ୍ଲୀର ସମସ୍ତ ବିଧାୟକ

'ଝାଡୁ' ଧରି ଦିଲ୍ଲୀ ଦରବାରରେ ଝଡ ସୃଷ୍ଟି କରିଥିବା କେଜ୍ରିୱାଲଙ୍କ ପଲିଟିକାଲ କାହାଣୀ । କେମିତି ମୋଦି ମ୍ୟାଜିକକୁ ପ୍ରତିହତ କରି ସାଜିଥିଲେ ଦିଲ୍ଲୀ ସମ୍ରାଟ୍, ୨୦ରେ ରିପିଟ୍ ହେବ କି ୧୫ର ଇତିହାସ ?

source : The Indian Express

କନକ ବ୍ୟୁରୋ : ବିଧାୟକଙ୍କ ପାଣ୍ଠି ବଢାଇବା ଲାଗି ସରକାର ଅନେକ ସମୟରେ ଚିନ୍ତା କରନ୍ତି । ଏହା କେବଳ ଆମ ରାଜ୍ୟ ଓଡିଶାର କଥା ନୁହେଁ ବରଂ ସାରା ଦେଶର କଥା । ତେବେ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ଆମ୍ ଆଦ୍ମି ପାର୍ଟି ସରକାର ଗତକାଲି ବିଧାୟକ ପାଣ୍ଠି ୬ କୋଟି ବଢ଼ାଇ ଏହାକୁ ୧୦ କୋଟି ଟଙ୍କାରେ ପହଞ୍ଚାଇଛନ୍ତି। କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏ ନେଇ ରାଜ୍ୟ ବିଧାନସଭାରେ ମଧ୍ୟ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ ବିଧାୟକ ପାଣ୍ଠି ୪ କୋଟିରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଉଲ୍ଲେଖଯୋଗ୍ୟ, ବିଧାୟକ ପାଣ୍ଠି ବୃଦ୍ଧିକୁ ନେଇ ରାଜ୍ୟରେ ଅନେକ ବାର ବିବାଦ ଦେଖାଦେଇଥିଲା।

publive-image କେଜ୍ରିଓ୍ଵାଲ୍ ସରକାର ଯେବେ ବି ପାଣ୍ଠି ବୃଦ୍ଧି ସଂକ୍ରାନ୍ତ ଫାଇଲ୍ ତତ୍କାଳୀନ ଉପରାଜ୍ୟପାଳ ନଜୀବ ଜଙ୍ଗଙ୍କ ନିକଟକୁ ପଠାଇଛନ୍ତି, ସେ ତାହାକୁ ଅଗ୍ରାହ୍ୟ କରିଦେଇଛନ୍ତି। କିନ୍ତୁ ନିକଟରେ ସର୍ବୋଚ୍ଚ ନ୍ୟାୟାଳଙ୍କ ଦ୍ୱାରା ଦିଲ୍ଲୀ ସରକାରଙ୍କ କ୍ଷମତା ବଢ଼ିଥିବାରୁ ସରକାର ବିଧାୟକ ପାଣ୍ଠି ବଢ଼ାଇବାକୁ ସମର୍ଥ ହୋଇଛନ୍ତି। ଏହାସହ ସମସ୍ତ ରାଜ୍ୟରେ ବିଧାୟକଙ୍କ ହାତପାଣ୍ଠି ସେଠାରେ ଶାସନ କରୁଥିବା ସରକାର ବଢାଇଥାଆନ୍ତି । ତେବେ ବାରମ୍ବାର ବିଲ ଆସିବା ପରେ ଶେଷରେ ଗତକାଲି ଏହା ଉପରେ ସରକାର ମୋହର ଦେଇଥିବାରୁ ସମସ୍ତ ବିଧାୟକ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଧନ୍ୟବାଦ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe