କନକ ବ୍ୟୁରୋ : ବିଷ ବଳୟ ସାଜିଛି ଦିଲ୍ଲୀର ପ୍ରଦୂଷିତ ବାୟୁ । ଦୀପାବଳୀ ପରେ ଓ ଶୀତ ରୁତୁ ଆରମ୍ଭ ହେବା ପରେ ଏଠାକାର ସ୍ଥିତି ଦିନକୁ ଦିନ ବିଗୁଡୁଛି । ସ୍ଥିତି ଏଭଳି ହେଲାଣି କି ଘରୁ ବିନା ମାସ୍କରେ ବାହାରିବା ମୁସ୍କିଲ ହୋଇପଡିଛି । ସେପଟେ ଦିଲ୍ଲୀ ସରକାର ଲୋକମାନଙ୍କୁ କମ ଗାଡି ବ୍ୟବହାର କରିବାକୁ ଓ ଯଦି ସମ୍ଭବ ୱାର୍କ ଫ୍ରମ ହୋମ କରିବାକୁ ଅପିଲ କରିଛନ୍ତି ।

Advertisment

ଦିଲ୍ଲୀ ପରିବେଶମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କିଛି ଦିନ ହେବ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଲଗାତାର ବୃଦ୍ଧି ପାଉଛି । ପଡୋଶୀ ରାଜ୍ୟମାନେ ନଡା ପୋଡିବା ଯୋଗୁଁ ଦିଲ୍ଲୀର ସ୍ଥିତି ବିଗୁଡିବାଥିବା ଅଭିଯୋଗ କରିଛନ୍ତି । ସଫର ଇଣ୍ଡିଆ ଏୟାର କ୍ୱାଲିଟି ସର୍ଭିସର ରିପୋର୍ଟ ଅନୁସାରେ ରାଜଧାନୀର ବାୟୁ ଗୁଣବତା ବିଗୁଡୁଛି । ଏୟାର ଇଣ୍ଡେକ୍ସ କ୍ୱାଲିଟି ୩୭୩ରେ ପହଁଚିଲାଣି । ସବୁଠୁ ଚିନ୍ତାର କଥା ହେଉଛି ପ୍ରଦୂଷଣ ପାଇଁ ସେଠାକାର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଛି ।

ବିଶେଷ କରି ଶ୍ୱାସଜନିତ ସମସ୍ୟା, ଉପଜିଛି । ସ୍ଥିତି ଏଭଳି ହୋଇଛି ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖ।।ନାରେ ଭର୍ତ୍ତି ସଂଖ୍ୟା ବଢୁଛି । ଛାତି,ଚକ୍ଷୁ, ଗଳା, ଚର୍ମ ଓ ନାକ ଜନିତ ରୋଗ ବିଶେଷ କରି ପରିଲକ୍ଷିତ ହେଉଛି । ଏଥିସହ ସ୍ୱ।।ସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ବି ବାୟୁ ପ୍ରଦୂଷଣ ମାନସିକ ସ୍ତରରେ ମଧ୍ୟ ପ୍ରଭାବ ପକାଉଛି ।ଯାହା ପାଇଁ ଚିଡଚିଡାପଣ ଅଧିକ ଦେଖିବାକୁ ମିଳୁଛି । ଚେଷ୍ଟ ଇନଫେକ୍ସନରେ ବହୁ ରରୋଗୀଙ୍କୁ ଆସିୟୁରେ ଭର୍ତ୍ତି କରିବାକୁ ପଡୁଛି । ସେପଟେ ବୃଦ୍ଧ ବ୍ୟକ୍ତିଙ୍କ ନିିକଟରେ ପ୍ରଦୂଷଣ ପାଇଁ ହୃଦଘାତର ସମ୍ଭାବନା ୧୦ଗୁଣ ବୃୃଦ୍ଧି ପାଉଛି ।