କନକ ବ୍ୟୁରୋ: ଯୁଗ୍ମ-ଅଯୁଗ୍ମ ନିୟମକୁ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ଦିଲ୍ଲୀ ସରକାର । ଏହି ନିୟମ ଯୋଗୁ ଦିଲ୍ଲୀରେ ପ୍ରଦୂଷଣ କମୁଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଦୀପାବଳୀ ପରେ ଦିଲ୍ଲୀରେ କାର ଚଳାଚଳ ଉପରେ ଯୁଗ୍ମ-ଅଯୁଗ୍ମ ନିୟମ ଲଗାଇବାକୁ ନିଷ୍ପତି ନେଇଛନ୍ତି ସରକାର । କିନ୍ତୁ ଏହି ପଦକ୍ଷେପ କେବଳ ଲୋକ ଦେଖାଣିଆ ବୋଲି କହିଥିଲେ ସୁପ୍ରିମକୋର୍ଟ । ପରେ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ପ୍ରଦୂଷଣ ବଢୁଥିବାରୁ ୪ ବର୍ଷ ପରେ ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି କେଜ୍ରିୱାଲ ସରକାର ।

Advertisment

ସେପଟେ କୃତ୍ରିମ ବର୍ଷା କରିବାକୁ ଦିଲ୍ଲୀ ସରକର ଯୋଜନା କରୁଥିବା ବେଳେ ଗୁରୁବାର ରାତିରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ପାଣିପାଗ ବିଭାଗ, କଂଝାୱାଲା, ମୁଣ୍ଡାକା, ଜାଫରପୁର, ନଜଫଗଡ଼, ଏନସିଆରର କିଛି ଅଞ୍ଚଳରେ ବର୍ଷା ନେଇ ଆକଳନ କରିଥିଲା । ପାଣିପାଗ ବିଭାଗ ଅନୁସାରେ, ଆଜି ଦିଲ୍ଲୀର ପାଗ ସାଧାରଣତଃ ମେଘୁଆ ରହିବ । ଏହାସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଯାହା ଫଳରେ ଲୋକଙ୍କୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ରାଜଧାନୀ ଦିଲ୍ଲୀରେ ଗତ ଗୁରୁବାର ଏକ୍ୱ୍ୟୁଆଇ ୪୩୭ ରହିଥିଲା, ଯାହା ଗୁରୁତ୍ୱର ଶ୍ରେଣୀର ବୋଲି କୁହାଯାଏ । ତେବେ ବର୍ଷା ପରେ କିଛି ସ୍ଥାନରେ ଏକ୍ୟୁଆଇ ୧୦୦ରୁ କମ୍ ଥିବା ରେକର୍ଡ ହୋଇଛି ।