ଦିଲ୍ଲୀରେ କାଲିଠାରୁ ୯୦ ଦିନ ପର୍ଯ୍ୟନ୍ତ ଘରୋଇ ମଦ ଦୋକନ ବନ୍ଦ, ନୂଆ ଅବକାରୀ ନୀତି ଲାଗୁନେଇ ଆପ ସରକାରଙ୍କ ନିଷ୍ପତ୍ତି

96

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ମଦ ଓ ବିଅର ସେବନ କରୁଥିବା ଲୋକମାନେ ଆସନ୍ତାକାଲି ଠାରୁ ଅସୁବିଧାରେ ପଡିପାରନ୍ତି । କେଜ୍ରିୱାଲ ସରକାରଙ୍କ ନୂଆ ଅବକାରୀ ନିତୀ କ୍ରମରେ ଅକ୍ଟୋବର ପହିଲା ଠାରୁ ଘରୋଇ ମଦ ଦୋକାନ ବନ୍ଦ ରହିବ । ପୁଣି ଏହି ଦୋକାନଗୁଡିକ ନଭେମ୍ବର ୧୭ ତାରିଖ ସୁଦ୍ଧା ଖୋଲିବ ବୋଲି କୁହାଯାଇଛି ।

କେଜ୍ରିୱାଲ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଅକ୍ଟୋବର ପହିଲାର ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଘରୋଇ ମଦ ଦୋକାନଗୁଡିକ ବନ୍ଦ ରହିବ । ଏହାର କାରଣ ଦର୍ଶାଇ ସରକାର କହିଛନ୍ତି କି ଏହି ସମୟ ମଧ୍ୟରେ ସୂଚାରୁରୂପେ ନୂଆ ଅବକାରୀ ଆଇନ ଲାଗୁ କରାଯାଇ ପାରିବ । ସରକାରଙ୍କ ଏଭଳି ନିର୍ଦ୍ଦେଶ ପରେ ଘରୋଇ ମଦଦୋକାନୀମାନେ ଏବେ ନୂଆ ଷ୍ଟକ ଅର୍ଡର ଦେବା ବନ୍ଦ କରିଦେଇଛନ୍ତି ।

ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ଭିତରେ କଣ ଆଇନ ରହିଛି । ଏହାକୁ ଲାଗୁ କରାଗଲେ ସରକାରଙ୍କୁ କଣ ଫାଇଦା ହେବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଦୀର୍ଘ ଦେଢମାସ ଦିଲ୍ଲୀରେ ଘରୋଇମଦ ଦୋକାନ ବନ୍ଦ ରହିଲେ ରାଜ୍ୟରେ ରାଜସ୍ୱ କ୍ଷତି ହେବାର ଅନେକ ସମ୍ଭାବନା ଦେଖା ଦେଇଛି । ଏହାକୁ ନେଇ ଘରୋଇ ମଦଦୋକାନ ମାଲିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।