ସଚିବଙ୍କ ବଦଳି କରୁନାହିଁ କେନ୍ଦ୍ର, ସାମ୍ବିଧାନିକ ପୀଠର ଫଇସଲା ପରେ ସୁପ୍ରିମକୋର୍ଟରେ ପହଞ୍ଚିଲେ କେଜ୍ରିୱାଲ ସରକାର।

ସଚିବଙ୍କ ବଦଳି କରୁନାହିଁ କେନ୍ଦ୍ର, ସାମ୍ବିଧାନିକ ପୀଠର ଫଇସଲା ପରେ ସୁପ୍ରିମକୋର୍ଟରେ ପହଞ୍ଚିଲେ କେଜ୍ରିୱାଲ ସରକାର।

କନକ ବ୍ୟୁରୋ: ଉପରାଜ୍ୟପାଳ ନା ଦିଲ୍ଲୀ ସରକାର? ରାଜଧାନୀରେ ଅଧିକାରୀଙ୍କ ନିୟନ୍ତ୍ରଣ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ବିବାଦ ଥମିବାର ନା ନେଉନାହିଁ । ସାମ୍ବିଧାନିକ ପୀଠର ଫଇସଲା ଆସିବାପରେ ଦିଲ୍ଲୀର ସରକାର ପୁଣିଥରେ ସୁପ୍ରିମକୋର୍ଟ ଯାଇଛନ୍ତି । କେଜ୍ରିୱାଲ ସରକାର ଅଭିଯୋଗ ଲଗାଇଛନ୍ତି ଯେ କେନ୍ଦ୍ର ଅଧିକାରୀଙ୍କ ବଦଳି କରୁନାହିଁ । ସଚିବମାନଙ୍କ ବଦଳି କେନ୍ଦ୍ର କରୁନଥିବା ଦର୍ଶାଇ କୋର୍ଟଙ୍କ ପାଖରେ ପହଞ୍ଚିଛନ୍ତି ସରକାର । କୋର୍ଟ ମଧ୍ୟ ଏହି ମାମଲାରେ ଶୁଣାଣି କରିବାକୁ ପ୍ରସ୍ତୁତି କରିଛନ୍ତି । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି ଏହି ଆବେଦନ ଉପରେ ଏକ ବେଞ୍ଚର ଗଠନ କରିବେ ।

ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ରକୁ ଜିଏନସିଟିଡି ଅଧିନିୟମ ୨୦୨୧(ସଂଶୋଧନ)ର ବିରୋଧରେ ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ବଡ ରାୟ ଶୁଣାଇଥିଲେ । ପୀଠ ନିଜ ରାୟରେ କହିଥିଲେ ଯେ ଦିଲ୍ଲୀର (ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର)ରେ ପ୍ରଶାସନ ତଥା ସେବା ସହ ଜଡିତ ସମସ୍ତ ଅଧିକାରୀ ନିର୍ବାଚିତ ସରକାର୍କ ପାଖରେ ରହିବ । କେନ୍ଦ୍ର ସରକାରଙ୍କ ପାଖରେ ପୁଲିସ, ଆଇନ ଶୃଙ୍ଖଳା କ୍ଷମତା ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe