ଦିଲ୍ଲୀରେ ଜଣେ ଯୁବତୀଙ୍କୁ ଜଣେ ଯୁବକ ମାଡ ମାରୁଥିବା ଦୃଶ୍ୟ ଭାଇରାଲ ହୋଇଛି । ମାଡ ମାରୁଥିବା ଯୁବକଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ମାଡ ମାରୁଥିବା ଏହି ଯୁବକ ଜଣଙ୍କ ହେଲେ ରୋହିତ ତୋମର । ରୋହିତ ପୋଲିସ ଅଫିସର ଅଶୋକ ତୋମରଙ୍କ ପୁଅ । ରୋହିତ ପ୍ରଥମେ ଯୁବତୀଙ୍କୁ ମାଡ ମାରିଥିଲେ । ପରେ ଏହି ଭିଡିଓକୁ ତାଙ୍କ ସାଙ୍ଗଙ୍କ ଥିବା ବିପିଓରେ ଭାଇରାଲ କରିବାର ବ୍ୟବସ୍ଥା କରିଥିଲେ । ତେବେ ଭିଡିଓ ଭାଇରାଲ ହେବାପରେ ଏହି ମାମଲାରେ ଗୃହମନ୍ତ୍ରୀ ରାଜନାଥ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ପୋଲିସ ରୋହିତକୁ ଗିରଫ କରି ଦିନିକିଆ ରିମାଣ୍ଡରେ ନେଇଛି । ରୋହିତଙ୍କ ବନ୍ଧୁଙ୍କୁ ମଧ୍ୟ ପୋଲିସ ହେପାଜତକୁ ନେଇଛି । ଏଥି ସହ ରୋହିତଙ୍କ ବାପା ଧମକ ଦେଉଥିବା ନେଇ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ତାଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ।

Advertisment

publive-image

ରୋହିତ୍ ଜଣେ ସବ୍-ଇନ୍ସପେକ୍ଟରଙ୍କ ପୁଅ ବୋଲି ଜଣାପଡିଥିବା ବେଳେ ତାଙ୍କ ନାମରେ ଉକ୍ତ ଯୁବତୀ ଥାନାରେ ଏତଲା ଦେଇଛନ୍ତି ।ଭିଡିଓଟି ସେପ୍ଟେମ୍ବର ୨ ତାରିଖ ଅପରାହ୍ନରେ ଦିଲ୍ଲୀର ଉତ୍ତମନଗରର ଏକ ବିପିଓ ଅଫିସରେ ସୁଟ୍ କରାଯାଇଛି । ଏହି ଅଫିସଟି ହେଉଛି ଆରୋପୀର ବନ୍ଧୁ ଅଲ୍ଲି ହସନର । ଯେଉଁଠାକୁ ସେ ୨୦ ଦିନ ହେଲା ଯିବାଆସିବା କରୁଥିଲା । ତେବେ ଅଲ୍ଲି ହସନକୁ ପୋଲିସ୍ ଗିରଫ କରିନେଇଛି । ଅଭିଯୁକ୍ତ ୨୧ ବର୍ଷୀୟ ରୋହିତ୍ ବେରୋଜଗାର ଥିବା ବେଳେ ପିତା ଅଶୋକ ତୋମାର ସେଣ୍ଟ୍ରାଲ୍ ଦିଲ୍ଲୀରେ ଏଏସଆଇ ପଦରେ ନିଯୁକ୍ତ ଅଛନ୍ତି । ତେବେ ଖବରଟି କିଛି ଏଭଳି ଦେଢବର୍ଷ ପୂର୍ବେ ଉକ୍ତ ଯୁବତୀ ଏବଂ ଅଭିଯୁକ୍ତ ପ୍ରେମ ସଂବନ୍ଧରେ ଥିଲେ କିନ୍ତୁ କିଛି ସମୟ ପୂର୍ବରୁ ସେମାନଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହେଉନଥିଲା । ରୋହିତଙ୍କ ଆକ୍ରମଣାତ୍ମକ ବ୍ୟବହାର ଏବଂ ଭବିଷ୍ୟତକୁ ନେଇ ଖାମଖିଆଲପଣକୁ ଆଖି ଆଗରେ ରଖି ଉକ୍ତ ଯୁବତୀ ତାଙ୍କ ଠାରୁ ଅଲଗା ହୋଇଥିଲେ ଯାହାକୁ ନେଇ ରୋହିତଙ୍କ ରାଗ ଆହୁରି ବଢିଯାଇଥିଲା । ଯୁବତୀଙ୍କ ପରିବାରକୁ ଧମକାଇ ବିବାହ କରିବାକୁ ସେ କିଛି ଦିନ ହେଲା ଏଭଳି ଆଚରଣ କରିଆସୁଥିଲା । କିନ୍ତୁ ୨ ତାରିଖରେ ସେ ସାଙ୍ଗ ଅଫିସକୁ ଯାଇ ଯୁବତୀଙ୍କୁ ପିଟିବା ଆରମ୍ଭ କରିଦେଇଥିଲା ।