ପଟିଆଲା ହାଉସ କୋର୍ଟ ହାଜର ହେଲା ଲରେନ୍ସ ବିଷ୍ଣୋଇ, ୪ ଦିନିଆ ପୁଲିସ ରିମାଣ୍ଡରେ ପଠାଇଲେ କୋର୍ଟ 

ପଟିଆଲା ହାଉସ କୋର୍ଟ ହାଜର ହେଲା ଲରେନ୍ସ ବିଷ୍ଣୋଇ, ୪ ଦିନିଆ ପୁଲିସ ରିମାଣ୍ଡରେ ପଠାଇଲେ କୋର୍ଟ 

କନକ ବ୍ୟୁରୋ: ଗୁଜରାଟର ଏକ ଜେଲରୁ ଦିଲ୍ଲୀର ମାଣ୍ଡୋଲୀ ଜେଲକୁ ଅଣାଯାଇଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ଶନିବାର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଛି । କୋର୍ଟ ତାକୁ ୪ ଦିନିଆ ପୋଲିସ ରିମାଣ୍ଡରେ ପଠାଇଦେଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଲରେନ୍ସକୁ ୪ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କ ଆଗରେ ଅନୁରୋଧ କରିଥିଲେ । ବିଷ୍ଣୋଇର ସୁରକ୍ଷାକୁ ଦୃଷ୍ଟିରେରଖି ତାକୁ ମାଣ୍ଡୋଲୀ ଜେଲରେ ରଖାଯାଇଛି । ଗତ ମାସରେ ଗୁଜରାଟ ଏଟିଏସ ସୀମାପାର ଡ୍ରଗ୍ସ କାରବାର ନେଇ ଏକ ମାମଲାରେ ଲରେନ୍ସକୁ ନିଜ ହେପାଜତକୁ ନେଇଥିଲା।

ଗ୍ୟାଙ୍ଗଷ୍ଟର ଲରେନ୍ସକୁ ଭିଡିଓ କନଫରେନ୍ସ ଜରିଆରେ କୋର୍ଟରେ ହାଜର କରାଯାଇଛି । ମେ ୨୪ ତାରିଖରେ ସ୍ପେଶାଲ ସେଲ ୨୫ ପିଷ୍ଟଲ ଜବତ କରିବା ସହ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ କରିଥିଲା । ମୁକନ୍ଦ ନାମକ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଥିଲା । ପଚରାଉଚରା ବେଳେ ସେ ସବୁ କଥା ପୁଲିସ ଆଗରେ କହିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe