ନିର୍ଭୟା ମାମଲା : ସରିଲା ସବୁ ବିକଳ୍ପ , ଏଥର ଆଉ ସଇତାନଙ୍କ ରକ୍ଷା ନାହିଁ । ଆସନ୍ତାକାଲି ଫାଶୀର ନୂଆ ତାରିଖ ଘୋଷଣା ।

1,266

ନିର୍ଭୟା ଗଣଦୁଷ୍କର୍ମ ମାମଲାର ସବୁ ଦୋଷୀଙ୍କ ପାଖରେ ଏବେ ଆଉ ବଂଚିବାର କୌଣସି ବାଟ ନାହିଁ । ସବୁ ବିକଳ୍ପକୁ ଖୁବ୍ ଭଲଭାବେ ବ୍ୟବହାର କରିଥିବା ଦୋଷୀ ଏବେ ଫାଶୀଖୁଣ୍ଟରେ ଝୁଲିବେ । ସବୁ ବିକଳ୍ପ ଶେଷ ହେବା ପରେ ତିହାଡ୍ ପ୍ରଶାସନ ନୂଆ ଡେଥ୍ ୱାରେଣ୍ଟ୍ ପାଇଁ ପଟିୟାଲା ହାଉସ୍ କୋର୍ଟ ପହଁଚିଛନ୍ତି । ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ ଗୁରୁବାର ଦ୍ୱିପ୍ରହର ୨ ଟା ସମୟରେ ଫାଶୀ ପାଇଁ ନୂଆ ତାରିଖ ଜାରି କରିବେ ବୋଲି ସୂଚନା ମିଳୁଛି । କୋର୍ଟ ମଧ୍ୟ ଦୋଷୀଙ୍କୁ ନୋଟିସ୍ ଜାରି କରିଦେଇଛି ।

 

ଗୁରୁବାର ଦିନ ୨ ଟାରେ ଏହି ମାମଲାର ନୂଆ ଡେଥ୍ ୱାରେଣ୍ଟ୍ ଜାରି ହେବ । ଏହା ପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମର ଚତୁର୍ଥ ଦୋଷୀ ପବନ ଗୁପ୍ତାର ଦୟା ଯାଚିକାକୁ ବି ରାଷ୍ଟ୍ରପତି ଖାରଜ କରିଥିଲେ । ଏହା ପୂର୍ବରୁ ସୋମବାର ପଟିୟାଲା ହାଉସ୍ କୋର୍ଟ ସବୁ ଦୋଷୀଙ୍କ ଫାଶୀ ଉପରେ ରୋକ୍ ଲଗାଇ ଦେଇଥିଲେ ।