ପୁଣି ଦିଲ୍ଲୀରେ ଅଗ୍ନିକାଣ୍ଡ । ୪ ମହଲା ବିଶିଷ୍ଟ କପଡା ଗୋଦାମରେ ଲାଗିଲା ନିଆଁ , ୯ ମୃତ ।

ପୁଣି ଦିଲ୍ଲୀରେ ଅଗ୍ନିକାଣ୍ଡ । ୪ ମହଲା ବିଶିଷ୍ଟ କପଡା ଗୋଦାମରେ ଲାଗିଲା ନିଆଁ , ୯ ମୃତ ।

ଦିଲ୍ଲୀର କିରାଡି ଅଞ୍ଚଳର ଏକ ବିଲଡିଙ୍ଗ ଲାଗିଲା ନିଆଁ । ସୂଚନା ମୁତାବକ , କିରାଡି ଇନ୍ଦର୍ ଏନକ୍ଲେଭରେ ଏକ ଚାରିମହଲା କୋଠାରେ ଲାଗିଲା ନିଆଁ । ଦମକଳ ବାହିନୀର ଜଣେ ଅଧିକାରୀଙ୍କ ମୁତାବକ ଏହି ଅଗ୍ନିକାଣ୍ଡରେ ୯ ଜଣ ଲୋକଙ୍କ ମୃତ୍ୟୁ ହେଲାଣି । ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଥିବା କଥା କୁହାଯାଉଥିବା ବେଳେ ଏକ କପଡା ଗୋଦାମରେ ନିଆଁ ଲାଗିଛି ବୋଲି ଜଣାପଡିଛି । ବିଲଡିଙ୍ଗର ତଳ ଗ୍ରାଉଣ୍ଡରେ ଥିବା ଗୋଦାମରେ ରବିବାର ରାତି ନିଆଁ ଲାଗିଥିଲା ଏବଂ ପରେ ସିଲିଣ୍ଡର ଫାଟିଥିଲା । ପାଖାପାଖି ୧୨ ଟା ସମୟରେ ଲାଗିଥିବା ଏହି ନିଆଁର ଆକ୍ରୋଶରେ ୧୨ ରୁ ଅଧିକ ଲୋକ ଫସିଯାଇଥିଲେ ।

ତେବେ ଦମକଳ ବିଭାଗ କହିବାନୁସାରେ ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି । କିନ୍ତୁ ଲୋକଙ୍କ କହିବାନୁସାରେ ଏହି ଅଗ୍ନିକାଣ୍ଡରେ ଏହାଠାରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଗୁରୁତର ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି । ମୃତକଙ୍କ ମଧ୍ୟରେ କୋଠା ମାଲିକ ତାଙ୍କ ପରିବାର ଏବଂ ଭଡାଟିଆମାନେ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe