ରାଜଧାନୀ ନୂଆଦିଲ୍ଲୀର ନରେଲା ସ୍ଥିତ ଔଦ୍ୟୋଗିକ କ୍ଷେତ୍ରରେ ଥିବା ଦୁଇଟି ଜୋତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲିଭାଇବା କାର୍ଯ୍ୟରେ ୨୨ ଟି ଦମକଳ ଗାଡି ନିୟୋଜିତ କରାଯାଇଛି । ଗୋଟିଏ କାରଖାନାରେ ନିଆଁ ସମ୍ପୂର୍ଣ୍ଣ ବ୍ୟାପିଯାଇଥିବା ବେଳେ ଅନ୍ୟ କାରଖାନାରେ ଅଗ୍ନିଶମ ବାହିନୀ ନିଆଁଲିଭା କାର୍ଯ୍ୟ ଜାରି ରଖିଛନ୍ତି । ଏଥି ସହିତ ୩ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡର କାରଣ ଜଣା ପଡିନଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ।
Delhi: Fire fighting operations underway at a shoe factory in Narela Industrial area where a broke out earlier today. pic.twitter.com/vOnt81SerM
— ANI (@ANI) December 24, 2019
ତେବେ ଏହା ପୂର୍ବରୁ ରବିବାର ଅଗ୍ନିକାଣ୍ଡରେ ୯ ଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି କିଛି ଦିନ ପୂର୍ବରୁ ଶାଲିମାରବାଗ ଅଞ୍ଚଳରେ ଏକ ଘରେ ନିଆଁ ଲାଗିଯାଇ ପୁରା ଘର ପାଉଁସ ହୋଇଯାଇଥିଲା । ଏଥିରେ ୪ ଜଣ ଲୋକ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ସାମିଲ ଥିଲେ । ଏହି ଘଟଣାରେ ଦମକଳ କର୍ମୀମାନେ ୩ ଜଣ କୁନି ପିଲାଙ୍କ ସହିତ ୭ ଲୋକଙ୍କୁ ଉଦ୍ଧାର କରିଥିଲେ । ଯାହା ମଧ୍ୟରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଦିଲ୍ଲୀରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିଲେ ମଧ୍ୟ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/EMhhLZfUEAAI8IO.jpg)