କନକ ବ୍ୟୁରୋ : ଦକ୍ଷିଣ ଦିଲ୍ଲୀର ଜାକିର ନଗର ଅଂଚଳରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇ ଥିବାବେଳେ ୧୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ଏବେ ବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ନିଆଁ ଲାଗିବା ସୂଚନା ମିଳିବା ପରେ ୭ଟି ଦମକଳ ଗାଡି ଘଟଣାସ୍ଥଳରେ ପହଂଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

Advertisment

publive-imageମିଳିଥିବା ସୂଚନା ମୁତାବକ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଜୋରରେ ଲାଗିଥିଲା ଯେ ବହୁ ସଂଖ୍ୟାରେ ଗାଡି ମଧ୍ୟ ପୋଡି ପାଉଁଶ ହୋଇଯାଇଥିଲା । ପ୍ରଥମେ ତଳ ମହଲରେ ନିଆଁ ଲାଗିଥିଲା । ପରେ ଦେଖୁ ଦେଖୁ ଏହା ଉପର ମହଲା ଯାଏଁ ବ୍ୟାପିଯାଇଥିଲା । ଦକ୍ଷିଣ ଦିଲ୍ଲୀର ଏହି ଅଂଚଳରେ ବହୁ ସଂଖ୍ୟାରେ ଲୋକ ରହୁଥିବାବେଳେ ରାସ୍ତା ଅଣଓସାରିଆ ଥିଲା । ତେଣୁ ସଠିକ ସମୟରେ ଦମକଳ ପହଞ୍ଚିପାରିନଥିବା କାରଣରୁ ଏତେ ବଡ ଅଘଟଣ ଘଟିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି ।