ଦିଲ୍ଲୀରୁ ବାଂଲାଦେଶ ଯାଏଁ ବ୍ୟାପିଛି କିଡନୀ ସ୍କାମ ରାକେଟ, ୫ ଲକ୍ଷ ଟଙ୍କାରେ କିଣି ୩୦ ଲକ୍ଷରେ ବିକ୍ରି କରୁଛନ୍ତି ଦଲାଲ

162

କନକ ବ୍ୟୁରୋ : ଦିଲ୍ଲୀ ପୁଲିସର କ୍ରାଇମବ୍ରାଂଚ ଟିମ ଅର୍ନ୍ତଜାତୀୟ କିଡନୀ ସ୍କାମର ପର୍ଦ୍ଦାଫାଶ କରିବା ପରେ ଗୋଟେ ପରେ ଗୋଟେ ଚାଂଚଲ୍ୟକର ଖୁଲ୍ଳାସା ସାମ୍ନାକୁ ଆସୁଛି । ଦିଲ୍ଳୀ ଓ ନୋଏଡାର ଅନେକ ଘରୋଇ ହସପିଟାଲରେ ଏହି କଳାଧନ୍ଦା ଚାଲିଛି ଓ ଯେଉଁଥିରେ ସମ୍ପୃକ୍ତ ଅଛନ୍ତି ଅନେକ ନାମୀଦାମୀ ଡାକ୍ତର । ସୂଚନା ଅନୁସାରେ
ଦିଲ୍ଲୀ ‘କିଡ୍ନୀ’ ସ୍କାମ୍
-ଦିଲ୍ଲୀରୁ ବାଂଲାଦେଶ ପର୍ୟ୍ୟନ୍ତ ଲମ୍ବିଛି ରାକେଟ
-ବାଂଲାଦେଶରୁ ଆସୁଥିଲେ ଅଧିକାଂଶ ଡୋନର
-ଅଜଣା ଲୋକଙ୍କୁ ଜାଲ ପ୍ରମାଣପତ୍ରରେ ସମ୍ପର୍କୀୟ ପରିଚୟ ଦିଆଯାଉଥିଲା
-ପରେ କିଡ୍ନୀ କିଣାବିକା ଓ ପ୍ରତିରୋପଣ କରାଯାଉଥିଲା
-୫ଲକ୍ଷ ଟଙ୍କାରେ କିଣୁଥିଲେ, ୩୦ଲକ୍ଷରେ ବିକୁଥିଲେ
– କିଡ୍ନୀ’ସହ ଅନ୍ୟାନ୍ୟ ଅଙ୍ଗ କିଣାବିକା ଚାଲିଥିଲା
-ବେଆଇନଭାବେ ୫ଶହ ଜଣଙ୍କ କିଡ୍ନୀ ପ୍ରତିରୋପଣ କରାଯାଇଛି

ଦିଲ୍ଲୀ ପୁଲିସ ଜଣେ ମହିଳା ଡାକ୍ତରଙ୍କ ସହ ୭ଜଣଙ୍କୁ ଗିରଫ କରିଛି । ମାଷ୍ଟରମାଇଣ୍ଡର ନାଁ ରସେଲ ଓ ସେ ଜଣେ ବାଙ୍ଗଲାଦେଶୀ । ୨୦୧୯ରୁ ଦିଲ୍ଲୀରେ ରହି ଗରିବଲୋକଙ୍କୁ ଟାର୍ଗେଟ କରି କିଡନୀ କିଣି ଚଢ଼ା ଦରରେ କିଡ଼ନୀ ବିକୁଥିଲା । ଦିଲ୍ଲୀ ପୁଲିସର ଅନୁମାନ କରୁଛି ଏଭଳି ରାକେଟ ନୋଏଡ।, ଗୁରୁଗ୍ରାମ ଓ ଦିଲ୍ଲୀର ଅନେକ ଘରୋଇ ଡାକ୍ତରଖାନାରେ ଚାଲିଥାଇପାରେ । ଏହାକୁ ରୋକିବାକ ସବ ପଦକ୍ଷେପ ଓ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଭାରତରେ ଅଙ୍ଗ ପ୍ରତିରୋପଣ ଅଧିନିୟମ ୧୯୯୪କୁ ୨୦୧୧ରେ ପରିବର୍ତନ କରାଯାଇଥିଲା । ଜଣେ ବ୍ୟକ୍ତିଙ୍କଠୁ ଅନ୍ୟଜଣେ ବ୍ୟକ୍ତି ଅଙ୍ଗ ନେଲେ ଏହା ପାଇଁ ବଦ୍ଧିବଧଭାବେ ପଂଜୀକରଣ ନିୟମ ରହିଛି ।ଏହି ସବୁ ନିୟମ, ଆଇନକୁ ଚକମା ଦେଇ କିଭଳି ଦିଲ୍ଲୀରେ ଦୀର୍ଘବର୍ଷ ହେବ ରାକେଟ ଚାଲିଥିଲା ସେନେଇ ପ୍ରଶ୍ନ ଉଠୁଛି ।