କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ହୋଇପାରେ ୨୦୧୪ ନିର୍ବାଚନର ପୁନରାବୃତ୍ତି । ୧୯ ଯୁଦ୍ଧର ଫଳାଫଳ ଆସିବା ପୂର୍ବରୁ ସାମ୍ନାକୁ ଆସିଛି ଏକଜିଟ ପୋଲ ରିପୋର୍ଟ । ଦିଲ୍ଲୀରେ ମୋଟ୍ ୭ଟି ଲୋକସଭା ଆସନ ରହିଛି । ଆଉ ଏହି ୭ଟି ଯାକ ଆସନ ବିଜେପି ନିଜ ଅକ୍ତିଆରକୁ ନେଇପାରେ ବୋଲି ବିଭିନ୍ନ ଏକଜିଟ୍ ପୋଲ ରିପୋର୍ଟରୁ ଜଣାପଡିଛି ।
ରାଜଧାନୀରେ ଦିଲ୍ଲୀରେ କ୍ଲିନ୍ ସୁଇପ କରିବାରେ ବିଜେପି । ଏକଜିଟ୍ ପୋଲ ରିପୋର୍ଟ ତଥ୍ୟ ଅନୁଯାୟୀ, ବିଜେପି ଦିଲ୍ଲୀର ୭ଟି ଆସନରେ ବିଜୟ ବାନା ଉଡାଇପାରେ । ଆଉ କଂଗ୍ରେସକୁ ଲାଗିପାରେ ଶକ୍ତ ଝଟକା । ଦିଲ୍ଲୀରେ କଂଗ୍ରେସ ଖାତା ଖୋଲିପାରିବ ନାହିଁ ବୋଲି ଏକଜିଟ ପୋଲର ଆକଳନ କହୁଛି । ତେବେ ରାଜଧାନୀରେ ବିଜେପି-କଂଗ୍ରେସ ଲଢେଇ ଭିତରେ ଆମ୍ ଆଦମୀ ପାର୍ଟି ମଧ୍ୟ ଖାତା ଖୋଲିନପାରେ ବୋଲି ଆକଳନରୁ ଜଣାପଡିଛି । ତେବେ ଏହାରି ଭିତରେ ଅପେକ୍ଷା ଆସନ୍ତା ୨୩ ତାରିଖକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ ଦିଲ୍ଲୀରେ କିଏ ଦେଖାଇବ ଦମ୍ ।