କନକ ବ୍ୟୁରୋ : ଦିଲ୍ଲୀ ସରକାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ ଥମିବାର ନାଁ ନେଉନି । ଆଜି ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବାକୁ ଥିବା ବେଳେ ଏହି ମାମଲାର ବିଚାର କରୁଥିବା ବିଚାରପତି ମାମଲାରୁ ଓହୁରି ଯାଇଛନ୍ତି । ସିସୋଦିଆ ପାଖାପାଖି ୧୬ ମାସ ହେବ ଜେଲରେ ରହିଛନ୍ତି । ଜାମିନ ପାଇଁ ବାରମ୍ବାର କୋର୍ଟରେ ଆବଦନ ମଧ୍ୟ କରିଚାଲିଛନ୍ତି । ହେଲେ ଆଜି ସେ ଜାମିନ ପାଇପାରନ୍ତି ବୋଲି ଆଶା କରାଯାଉଥିବା ବେଳେ ଏହି ମାମଲାର ବିଚାର କରୁଥିବା ସୁପ୍ରିମକୋର୍ଟର ବିଚାରପତି ନିଜକୁ ଏହି ମାମଲାରୁ ଅଲଗା କରିନେଇଛନ୍ତି ।
ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସଂଜୟ କୁମାର ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବା ପୂର୍ବରୁ ଏହି ମାମଲାରୁ ନିଜକୁ ଅଲଗା କରିନେଇଛନ୍ତି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅର୍ଥ ହେରଫେର ନେଇ ମାମଲା ଚାଲିଛି ।