କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ସାଂସଦ ସଂଜୟ ସିଂ ଏବେ ଜେଲରେ ଅଛନ୍ତି । ଆଜି ଇଡି ତରଫରୁ ଏହି ମାମଲାରେ ସଂଜୟ ସିଂଙ୍କ ବିରୋଧରେ ଦିଲ୍ଲୀର ରାୱଜ ଏଭିନ୍ୟୁ କୋର୍ଟରେ ୬୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ସଂଜୟ ସିଂ ସମାନ ମାମଲାରେ ଅକ୍ଟୋବର ମାସରୁ ଜେଲରେ ରହିଛନ୍ତି । ଜାମିନ ପାଇଁ ସେ ରାୱଜ ଏଭିନ୍ୟୁ କୋର୍ଟ, ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଆବେଦନ କରିସାରିଛନ୍ତି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ ଜାମିନ ମିଳିପାରି ନାହିଁ ।
ଦିଲ୍ଲୀ ଅବକାରୀ ନୀତି ମାମଲାରେ ସଂଜୟ ସିଂ ଅର୍ଥ ହେରଫେର କରିଥିବା ନେଇ ହୋଇଥିବା ଅଭିଯୋଗ ଆଧାରରେ ଇଡି ତାଙ୍କୁ ଗିରଫ କରିଥିଲା । ନଭେମ୍ବର ୨୪ ତାରିଖରେ କୋର୍ଟକୁ ଇଡି କହିଥିଲେ କି ଏହି ମାମଲାରେ ଖୁବଶୀଘ୍ର ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରାଯିବ ।