ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ଫେବୃୟାରୀ ୮ରେ ଦିଲ୍ଲୀ ପାଇଁ ପଡିବ ଭୋଟ, ୧୧ ବାହାରିବ ରେଜଲ୍ଟ । ଦିଲ୍ଲୀରେ କିଏ ମାରିବ ବାଜି ସମସ୍ତଙ୍କ ନଜର

191

କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ଆସନ୍ତା ଫେବୃୟାରୀ ୮ ତାରିଖରେ ହେବ ଦିଲ୍ଲୀରେ ଭୋଟିଂ ଏବଂ ୧୧ ତାରିଖରେ ହେବ ଭୋଟ ଗଣତି ଅର୍ଥାତ ସେହିଦିନ ରେଜଲ୍ଚ ବାହାରିବ ।

ତେବେ ନିର୍ବାଚନ ପାଇଁ ଆସନ୍ତା ଜାନୁୟାରୀ ୨୧ ହେଉଛି ନାମାଙ୍କନ ଭରିବାର ଶେଷ ତାରିଖ । ଦିଲ୍ଲୀରେ ମୋଟ ୭୦ ଆସନ ପାଇଁ ୮ ତାରିଖରେ ହେବ ଭୋଟିଂ । ଦିଲ୍ଲୀବାସୀ କେଉଁ ଦଳ ସପକ୍ଷରେ ନିଜର ମତଦାନ ସାବ୍ୟସ୍ତ କରିବେ ତାହା ପେବୃୟାରୀ ୧୧ରେ ଜଣାପଡିବ । ତେବେ ଗତ ଥର ଦିଲ୍ଲୀବାସୀ ଆପ ସରକାରକୁ ଦିଲ୍ଲୀରେ ସରକାର ଗଢିବାକୁ କ୍ଷମତା ଦେଇଥିଲେ ।

ମାତ୍ର ଚଳିତ ଥର କାହାକୁ ଦିଲ୍ଲୀବାସୀ ସୁଯୋଗ ଦେଉଛନ୍ତି ତାହା ୧୧ ତାରିଖରେ ଜଣାପଡୁିବ । ତେବେ ଗତକାଲି ଦିଲ୍ଲୀରେ ବିଜେପି ଏଥର ସରକାର ଗଢିବ ବୋଲି ଛାତି ବାଡେଇ କହିଥିଲେ ଅମିତ ଶାହା । ଆଉ ଶାହାଙ୍କ ସେ ଦମ୍ଭ ରହୁଛି କି ନାହିଁ ତାହା ରେଜଲ୍ଟ ଦିନ ଜଣାପଡିବ ।