ଦିଲ୍ଲୀ ବିଧାନସଭା ନିର୍ବାଚନ : ମତଦାନ କେନ୍ଦ୍ରରେ ଆପ୍ – କଂଗ୍ରେସ ମୁହାଁମୁହିଁ , ଆପ୍ କାର୍ଯ୍ୟକର୍ତ୍ତାଙ୍କୁ ଚାପୁଡା ମାରିଲେ କଂଗ୍ରେସ ପ୍ରାର୍ଥୀ ଅଲକା ଲାମ୍ବା ।

217

ସକାଳୁ ସକାଳୁ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବା ଆରମ୍ଭ ହୋଇସାରିଛି । ସକାଳ ୧୧ ଟା ସୁଦ୍ଧା ଦିଲ୍ଲୀରେ ୬.୯୬% ମତଦାନ ହୋଇଛି । ଏଥିମଧ୍ୟରେ ଚାନ୍ଦନୀ ଚୌକ୍ ରୁ କଂଗ୍ରେସ ପ୍ରାର୍ଥୀ ଅଲକା ଲାମ୍ବା ଆମ୍ ଆଦମୀ ପାର୍ଟି (ଆପ୍) ର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରିଥିବା ଖବର ଆସୁଛି । ଚାନ୍ଦନୀ ଚୌକ୍ ର ମଜନୁ କେ ଟିଲେ ମତଦାନ କେନ୍ଦ୍ରରେ ୧୨୬ ରୁ ୧୩୩ ପର୍ଯ୍ୟନ୍ତ ଅଲକା ଲାମ୍ବା ଏବଂ ଆପ୍ କାର୍ଯ୍ୟକର୍ତ୍ତାଙ୍କ ଭିତରେ କଥା କଟାକଟି ହୋଇଥିଲା । ଏହି ସମୟରେ ଅଲକା ଆପ୍ କାର୍ଯ୍ୟକର୍ତ୍ତାଙ୍କ ଉପରେ ଅଭିଯୋଗ ଆଣିଲେ ଯେ ସେ ତାଙ୍କ ପୁଅଙ୍କ ଉପରେ ଟିପ୍ପଣୀ କରିଛନ୍ତି ।

ଏଥିରେ ରାଗିଯାଇ ଅଲକା ଲାମ୍ବା ଆପ୍ କାର୍ଯ୍ୟକର୍ତ୍ତାଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣା ପରେ କଂଗ୍ରେସ ଏବଂ ଆପ୍ କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଥିଲେ । ଉପସ୍ଥିତ ପୋଲିସ୍ ଦୁଇ ଦଳକୁ କାବୁ କରିଥିଲା ।