ଦିଲ୍ଲୀ ବିଧାନସଭା ପାଇଁ ଆଜି ସରିବ ପ୍ରଚାର । ଶେଷ ଦିନରେ ଶକ୍ତି ଦେଖାଇବେ ଆପ୍, ବିଜେପି ଓ କଂଗ୍ରେସ, ଦିଲ୍ଲୀର ଗଳି ଗଳି ବୁଲି ପ୍ରଚାର କରୁଛନ୍ତିକେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

238

କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର ।  ୭୦ ଆସନ ବିଶିଷ୍ଟ ବିଧାନସଭା ପାଇଁ  ଶନିବାରଦିନ ଭୋଟଗ୍ରହଣ ହେବ । ପ୍ରଚାରର ଶେଷଦିନରେ ଆଜି ୩ ଦଳ ଆମ ଆଦମୀପାର୍ଟି, ବିଜେପି ଓ କଂଗ୍ରେସ  ଭୋଟରଙ୍କ ସମର୍ଥନ ହାସଲ ପାଇଁ ଜୋରଦାର ପ୍ରଚାର କରିବେ । ବିଜେପିର ବରିଷ୍ଠ ନେତା  ପ୍ରଚାରରେ ସାମିଲ ହେବାକୁ ଥିବାବେଳେ  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବି ରୋଡ ସୋ କରିବେ ।  ମଙ୍ଗଳବାର ଅର୍ଥାତ ୧୧ ତାରିଖରେ ଭୋଟଗଣତି ହେବ । ଦିଲ୍ଲୀରେ ଲଗାତାର ତୃତୀୟ ଥର ଲାଗି କ୍ଷମତାସୀନ ହେବାକୁ ଆମ ଆଦମୀ ପାର୍ଟି ଲକ୍ଷ୍ୟ ରଖିଥିବାବେଳେ ବିଜେପି ବି ଜୋରଦାର ପ୍ରଚାର ଚଳାଇଛି ।

ସେପଟେ ଦିଲ୍ଲୀରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ଜୋରଦାର ହେବାରେ ଲାଗିଛି । ଆଉ ଏହି ପ୍ରଚାର ମୈଦାନରେ ଷ୍ଟାର କ୍ୟାମ୍ପେନର ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦିଲ୍ଲୀର ଗଳି ଗଳି ବୁଲି ପ୍ରଚାର କରୁଛନ୍ତି । ବିଶେଷ କରି ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।