ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ : ଆସିଲା ୭୦ ଆସନର ପ୍ରାଥମିକ ଟ୍ରେଣ୍ଡ, ହାଫସେଞ୍ଚୁରୀ ମାରିଲା ଆମ ଆଦମୀ ପାର୍ଟି, ବିଜେପି ମାତ୍ର ୧୫ ଆସନରେ ଆଗୁଆ । କଂଗ୍ରେସକୁ ଲାଗିଲା ବଡ ଝଟକା

244

କନକ ବ୍ୟୁରୋ: ଫେବ୍ରୁଆରୀ ୮ ତାରିଖରେ ଶେଷ ହୋଇଥିବା ଦିଲ୍ଲୀ ମତଦାନର ଆଜି ବାହାରିବ ନିର୍ଯାସ । ଏନେଇ ଆଜି ଭୋର ୮ଟାରୁ ୨୧ଟି କେନ୍ଦ୍ରରେ ଆରମ୍ଭ ହୋଇଯାଇଛି ମତଦାନ । ତେବେ ବର୍ତ୍ତମାନ ସୁଦ୍ଧା ସବୁ ଆସନରେ ବିରୋଧୀଙ୍କୁ ପଛରେ ପକାଇ ବିଜୟ ଅଭିମୁଖେ ଆଗେଇ ଚାଲିଛି କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି । ବର୍ତ୍ତମାନ ଟ୍ରେଣ୍ଡ ଅନୁସାରେ, ୭୦ଟି ବିଧାନସଭା ଆସନରୁ ୫୪ଟି ସିଟ୍ ଅକ୍ତିଆର କରିଛି ଆପ୍ । ଏହାପରେ ଦ୍ୱିତୀୟ ସ୍ଥାନରେ ରହିଛି ବିଜେପି । ତେବେ ୭୦ଟି ଆସନରୁ ୧୫ଟି ଆସନରେ ଭାରତୀୟ ଜନତା ପାର୍ଟି ଆଗୁଆ ରହିଥିବା ବେଳେ ମାତ୍ର ଗୋଟିଏ ଆସନରେ ଆଗରେ ରହିଛି କଂଗ୍ରେସ ।

ତେବେ ୧୨ଟା ସୁଦ୍ଧା ସ୍ପଷ୍ଟ ହୋଇଯିବ ଏଥର କିଏ ଅକ୍ତିଆର କରିବ ଦିଲ୍ଲୀ ସିଂହାସନ । ଦିଲ୍ଲୀବାସୀ ପୁଣି ଥରେ କେଜ୍ରିୱାଲ ସରକାରଙ୍କୁ ଭରଷିଛନ୍ତି ନା ନୂଆ ଚେହେରାକୁ ବାଛିଛନ୍ତି ତାହା ଅପରାହ୍ମ ସୁଦ୍ଧା ଜଣାପଡିଯିବ । ତେବେ ଟ୍ରେଣ୍ଡ କହୁଛି କି ଏଥର ବି ଦିଲ୍ଲୀବାସୀଙ୍କ ମନ ଜିଣିଛନ୍ତି କେଜ୍ରିବାଲ୍ । ଲୋକେ ତାଙ୍କୁ ପୁଣି ଥରେ ଶାସନ ଗାଦିରେ ଦେଖିବାକୁ ଚାହିଛନ୍ତି ।

ସେପଟେ ଦିଲ୍ଲୀରେ ବିଜେପିର ଚେହେରା ବନିଥିବା ମନୋଜ ତିୱାରୀଙ୍କ ଯୁକ୍ତିି ବାଢିଛନ୍ତି ଏଥିରେ କୌଣସି ବିଚଳିତ ହେବାର ପ୍ରଶ୍ନ ଉଠୁନାହିଁ । କାରଣ ଆମର ପୂରା ବିଶ୍ୱାସ ରହିଛି କି ଦିଲ୍ଲୀରେ ପଦ୍ମ ହିଁ ଫୁଟିବ । ଏଥିରେ କୌଣସି ସନ୍ଦେହ ନାହିଁ । ଏଥି ସହ ଦିଲ୍ଲୀରେ ହୋଇଥିବା ୭୦ଟି ଆସନରୁ ୫୫ଟି ଆସନ ବିଜେପି ହିଁ ଅକ୍ତିଆର କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେପି ନେତା । ବିଧାନସଭା ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ପଷ୍ଟ ହୋଇଛି ୭୦ଟି ଆସନରୁ ଅଧା ସିଟ୍ ପୋଛି ନେଇଛି କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ୫୪ଟି ସିଟରେ ଆଗୁଆ ରହିଛି ଆପ୍ ଏବଂ ବିଜେପି ମାତ୍ର ୧୫ଟି ଆସନରେ ଆଗୁଆ ରହିଥିବା ବେଳେ ଏକଜିଟ ପୋଲ ଅନୁ୧ାୟୀ କଂଗ୍ରେସ ମାତ୍ର ଗୋଟିଏ ଆସନରେ ଆଗୁଆ ରହିଛି ।