କିଏ ଜିତିବ ଦିଲ୍ଲୀର ଦିଲ୍ । ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିସନର , ଫେବୃୟାରୀ ୮ରେ ଭୋଟ

Advertisment
ଦିଲ୍ଲୀରେ କିଏ ଗଢିବ ସରକାର . . କାହା ଉପରେ ଭରସା କରିବେ ଭୋଟର ? ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ. . ୭୦ ଆସନରେ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

କନକ ବ୍ୟୁରୋ : ଫେବୃଆରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ । । ଫେବୃଆରୀ ୧୧ ତାରିଖରେ ଭୋଟ୍ ଗଣତି ହେବ । ଭାରତର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ୨୨ତାରିଖ ମଧ୍ୟରେ ଦିଲ୍ଲୀରେ ନୂଆ ସରକାର ଗଠନ ପ୍ରକ୍ରିୟା ଶେଷ ହେବ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ୧.୪୬ କୋଟି ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ ।

ଏଥିପାଇଁ ମୋଟ ୧୩ହଜାର ୭୫୦ ମତଦାନ କେନ୍ଦ୍ର ପ୍ରତିଷ୍ଠା ହେବ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଲ୍ଲୀର ସମସ୍ତ ୭୦ଟି ସିଟ୍ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ନିଆ ଯିବ । ନିକଟରେ ଝାଡଖଣ୍ଡରେ କଂଗ୍ରେସ-ଜେଏମଏମ ମେଂଟ, ବିଜେପି ଠାରୁ ଶାସନ କ୍ଷମତା ଛଡାଇ ଆଣିଛି । ସେହିପରି ମହାରାଷ୍ଟ୍ରରେ ସରକାର ଗଢିବାରେ ଦଳ ବିିଫଳ ହୋଇଛି । ଏଭଳି ସ୍ଥିତିରେ ଦିଲ୍ଲୀ ଜିତିବା ମୋଦିଙ୍କ ପାଇଁ ବଡ ଚ୍ୟାଲେଂଜ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe