ଭୋଟ୍ ସରିଲା, ବୁଥ୍ ବାହୁଡା ମତ ଆସିଲା । ରିପବ୍ଲିକ ଟିଭିର ଏକଜିଟ୍ ପୋଲ ରିପୋର୍ଟ ଅନୁଯାୟୀ, ପୁଣି ଥରେ ଦିଲ୍ଲୀ ଦଖଲ କରିବ ଆମ୍ ଆଦମୀ ପାର୍ଟି ।

300

କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶେଷ ହୋଇଛି ଭୋଟିଂ । ଆଉ ଆସିସାରିଛି ବୁଥ୍ ବାହୁଡା ମତ । ରିପବ୍ଲିକ ଟିଭିର ବୁଥ ବାହୁଡା ମତ ଅନୁଯାୟୀ, ପୁଣି ଥରେ ବିପୁଳ ଜନମତ ସହ ଦିଲ୍ଲୀ ଦଖଲ କରିବାକୁ ଯାଉଛି ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ।

ରିପବ୍ଲିକ ଟିଭିର ଏକଜିଟ୍ ପୋଲ ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ମୋଟ୍ ୭୦ଟି ବିଧାନସଭା ଆସନରୁ ଆମ୍ ଆଦମୀ ପାର୍ଟି ୪୮ରୁ ୬୧ଟି ଆସନରେ ବିଜୟ ମୁକୁଟ ପିନ୍ଧିପାରେ । ସେହିପରି ଭାରତୀୟ ଜନତା ପାର୍ଟି ୯-୨୧ଟି ଆସନରେ ବିଜୟର ସ୍ୱାଦ ଚାଖିପାରେ । ଏବଂ କଂଗ୍ରେସ ଦିଲ୍ଲୀରେ ତୃତୀୟ ସ୍ଥାନରେ ରହିବା ସହ ମାତ୍ର ଗୋଟିଏ ଆସନ ଦଖଲ କରିପାରେ ବୋଲି ବୁଥ ବାହୁଡା ମତ ରଖିଛି ରିପବ୍ଲିକ ଟିଭି ।