ପଶ୍ଚିମବଙ୍ଗ ଲୋକସଭା ନିର୍ବାଚନରେ ଆରମ୍ଭ ହୋଇଥିବା ରାଜନୈତିକ ହିଂସା ଏବେ ସିଷ୍ଟମ ଆଡକୁ ମାଡିଗଲାଣି । ଏଠାରେ ଜଣେ ଜୁନିୟର୍ ଡାକ୍ତରଙ୍କ ସହ ହୋଇଥିବା ମାରପିଟ୍ ଘଟଣାରେ ମେଡିକାଲ୍ ଆସୋସିଏସନ୍ ରକ୍ତ ଚାଉଳ ଚୋବାଉଛି । ଡାକ୍ତର ଧାରଣାରେ ବସିଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାର ସମାଧାନର ବାଟ ବାହାର କରିବା ବଦଳରେ ଡାକ୍ତରଙ୍କ ଉପରେ ହିଁ ପଲଟା ଆକ୍ରମଣ କରୁଛନ୍ତି ।
Delhi: Patients and their relatives outside the OPD at All India Institutes of Medical Sciences (AIIMS). Resident Doctors Association (RDA) of AIIMS is on strike today over violence against doctors in West Bengal. pic.twitter.com/rRCeZqDfxr
— ANI (@ANI) June 14, 2019
ବଙ୍ଗଳାରେ ଡାକ୍ତରଙ୍କ ପ୍ରଭାବ ଏବେ ସମ୍ପୁର୍ଣ୍ଣ ଦେଶରେ ପଡିଥିବା ଦେଖିବାକୁ ମିଳିଛି । ଦିଲ୍ଲୀ,ଉତ୍ତରପ୍ରଦେଶ,ମହାରାଷ୍ଟ୍ର,ଏମପି, ସମେତ ଦେଶର ଅନେକ ସ୍ଥାନରେ ଡାକ୍ତରମାନେ କାମ କରିବା ବନ୍ଦ କରିଦେଇଛନ୍ତି । ତେବେ ଡାକ୍ତରଙ୍କ ଧର୍ମଘଟର ସିଧା ପ୍ରଭାବ ରୋଗୀମାନଙ୍କ ଉପରେ ପଡିଛି । ଏମସ୍ ବାହାରେ ରୋଗୀଙ୍କ ପରିଜନ ନାହିନଥିବା ଅସୁବିଧା ଭୋଗୁଛନ୍ତି ।
ପଶ୍ଚିମବଙ୍ଗର ଏହି ଘଟଣା ପରେ ଗୁରୁବାର ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥା (ଏମ୍ସ) ର ଡାକ୍ତର ମୁଣ୍ଡରେ ପଟ୍ଟି ବାନ୍ଦି ପ୍ରଦର୍ଶନ କରିଛନ୍ତି । ଏଭଳି ସ୍ଥିିତିିରେ ରୋଗ ସହ ସଂଘର୍ଷ କରୁଥିବା ରୋଗୀ ଏବଂ ତାଙ୍କ ଜ୍ଞାତି ପରିଜନ କଷ୍ଟ ଭୋଗୁଛନ୍ତି । ମାମଲା ଏତେ ଆଗକୁ ବଢି ଯାଇଛି ଯେ କଥା ଅଦାଲତକୁ ପହଁଚି ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/608147-doctors-protest-040617.jpg)