ଚାଇନାରେ ଶିଶୁମାନଙ୍କ ଠାରେ ବ୍ୟାପୁଥିବା ନିମୋନିଆକୁ ନେଇ ଭାରତ ସରକାର ସତର୍କ । କ’ଣ କହୁଛନ୍ତି ବିଶେଷଜ୍ଞ ?

Advertisment
ଚାଇନାରେ ଶିଶୁମାନଙ୍କ ଠାରେ ବ୍ୟାପୁଥିବା ନିମୋନିଆକୁ ନେଇ ଭାରତ ସରକାର ସତର୍କ । କ’ଣ କହୁଛନ୍ତି ବିଶେଷଜ୍ଞ ?

କନକ ବ୍ୟୁରୋ : ଏଚ୍୯ଏନ୍୨ ଭୂତାଣୁ ସଂକ୍ରମଣର ସଂଖ୍ୟା ଚୀନର ପିଲାମାନଙ୍କ ଶରୀରରେ ଦ୍ରୃତ ଗତିରେ ବଢିବାରେ ଲାଗିଛି । ଏବଂ ଅନ୍ୟାନ୍ୟ ଜାବତୀୟ ରୋଗରେ ମଧ୍ୟ ଚୀନର ଲୋକମାନେ ପୀଡିତ ହେଲେଣି । ଏହିଭଳି ପରିସ୍ଥିତିରେ ରାମ ମନୋହର ଅଟୋମୋବାଇଲ ର ନିର୍ଦେଶକ ଡଃ ଅଜୟ ଶୁକ୍ଲା ଲୋକମାନଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସାବଧାନ ରହିବା ପାଇଁ ଏବଂ ସଫା ସୁତୁରା ଉପରେ ଅଧିକ ଧ୍ୟାନ ଦେବା ପାଇଁ । ଡଃ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ମାନଙ୍କର ନିଶ୍ୱାସ ନେବାରେ ଅସୁବିଧା ହେଉଛି କିମ୍ବା ଶ୍ୱାସକ୍ରିୟା ରୋଗ ବା ସଂକ୍ରମଣ ଥାଏ ତେବେ ସେମାନେ ସତର୍କ ରହିବା ଉଚିତ ଏବଂ ଅନ୍ୟ ଲୋକମାନଙ୍କଠାରୁ ଦୂରତା ରକ୍ଷା କରିବାକୁ ଚେଷ୍ଟା କରିବା ଉଚିତ୍ । ତେବେ ଏପର୍ୟ୍ୟନ୍ତ ଭାରତରେ ଏହି ରୋଗର ମାମଲା ଦେଖିବା ପାଇଁ ମିଳିନାହିଁ । ତେଣୁ ଏବେ ଭୟ ଭିତ ହେବାର କୌଣସି ଆବଶ୍ୟକତା ନାହିଁ ।

ଡଃ ଶୁକ୍ଲା କହିଛନ୍ତି ଯେ । ମୁଁ କେବଳ ଲୋକମାନଙ୍କୁ ପରାମର୍ଶ ଦେଉଛି ଏବଂ ନିୟମିତ ଭାବରେ ନିଜ ଚାରିପାଖ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ । ଏବଂ ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଚାରିପାଖରେ କେହି ବ୍ୟକ୍ତି ଶ୍ୱାସ ରୋଗ କିମ୍ବା ସଂକ୍ରମଣରେ ପିଡିତ ଅଛି ତେବେ ସେହି ବ୍ୟକ୍ତିଠାରୁ ଦୂରତା ରଖିବା ପାଇଁ ଚେଷ୍ଟା କରନ୍ତୁ ।

ନିମୋନିଆ ରୋଗ ଚାଇନାର ପିଲାମାନଙ୍କ ଉପରେ ଅଧିକ ପ୍ରଭାବ ପକାଉଥିବା ବେଳେ ଡକ୍ଟର ମାନେ ପରାମର୍ଶ ଦେଇଛନ୍ତି ଯେ ଏନ୍୯୫ ଓ ଏନ୯୯ ମାସ୍କ ବ୍ୟବହାର କରିବା ପାଇଁ । ମିଡିଆ ରିପୋର୍ଟ ଅନେକ ସ୍ଥାନରେ ଶିଶୁ ଅତିଥିଙ୍କ ଭିଡ ବିଷୟରେ ସୂଚନା ଦେଉଛି । ସେ କହିଛନ୍ତି ଯେ, ଯଦି ଆପଣମାନେ ବାହାରକୁ ଯାଉଛନ୍ତି, ଆମେ ମଧ୍ୟ ପ୍ରଦୂଷଣର ସମ୍ମୁଖୀନ ହେଉଛୁ । ତେଣୁ ଆପଣମାନେ ଏନ୯୫ ଓ ଏନ୍୯୯ ମାସ୍କ ବ୍ୟବହାର କରନ୍ତୁ । ସମୟ ସମୟରେ ନିଜ ହାତକୁ ହେଣ୍ଡବ୍ୱାସ ବା ସାବୁନରେ ଭଲଭାବରେ ସଫା କରନ୍ତୁ । ସୁସ୍ଥ ଆଚରଣ ବଜାୟ ରଖନ୍ତୁ ।

ପିଲାମାନଙ୍କ ପାଇଁ ନିଆଯିବାକୁ ଥିବା ସତର୍କତା ବିଷୟରେ ଡକ୍ଟର ଶୁକ୍ଲା କହିଛନ୍ତି, ଯଦି ପିଲାମାନେ ସ୍କୁଲ ଯାଉଛନ୍ତି ତେବେ ଏହା ଧ୍ୟାନରେ ରଖନ୍ତୁ, କି କାଶ, ଥଣ୍ଡା, ଜ୍ୱର କିମ୍ବା ଅନ୍ୟ କୌଣସି ରୋଗର ସଂକେତ ନାହିଁ ତ? ସେମାନଙ୍କ ସହ କଥା ହୁଅନ୍ତୁ ଏବଂ ସେମାନଙ୍କ ଶ୍ରେଣୀରେ କେହି ପିଲା ଅଛନ୍ତି, ଯିଏ ଅସୁସ୍ଥତା ଭୋଗୁଛନ୍ତି କି? ଯଦି କେହିପିଲା ଅସୁସ୍ଥ ଥାଏ ତେବେ ସ୍କୁଲ ଶିକ୍ଷକଙ୍କୁ ତୁରନ୍ତ ଏହା ବିଷୟରେ ଜଣାନ୍ତୁ ଏବଂ ଯଦି ସେ ଅସୁସ୍ଥ ଅଛି ତେବେ ସେହି ପିଲା କୁ ସ୍କୁଲ ଆସିବା ପାଇଁ ମନା କରନ୍ତୁ ଏବଂ ଆପଣଙ୍କ ପିଲାମାନଙ୍କୁ ମଧ୍ୟ କିଛି ସମୟ ପାଇଁ ସ୍କୁଲକୁ ପଠାନ୍ତୁ ନାହିଁ ।

ଡଃ ଶୁକ୍ଲା କହିଛନ୍ତି ଅନେକ ଶ୍ୱାସ ରୋଗୀ ଆସୁଥିବା ବେଳେ ସେଥିରେ ଶିଶୁମାନଙ୍କ ସଂଖ୍ୟା ବଢିଛି । ଯାହା ଚୀନର ସ୍ଥିତିକୁ ଅସ୍ତ ବ୍ୟସ୍ଥ କରିସାରିଲାଣି । ସେମାନଙ୍କୁ ମିଳୁଥିବା ତଥ୍ୟ ବହୁତ କମ୍ ଓ ତଥ୍ୟ ବାହାରେ ଆହୁରି ଅନେକ ସଂକ୍ରମଣ ରହିଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବହୁତ ଚିନ୍ତିତ ଅଛି ।

ଡଃ ଶୁକ୍ଲା କହିଛନ୍ତି କି କୋଭିଡ ଏବଂ ଲକଡାଉନ କାରଣରୁ ସାଧାରଣ ଜନତା ଏବଂ ଶିଶୁମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ପ୍ରଭାବିତ ହୋଇଛି । କେତେକ ବିଶେଷଜ୍ଞ ଶିଶୁଙ୍କଠାରେ ଏହି ସଂକ୍ରମଣ ବୃଦ୍ଧି ପାଉଥିବାରେ ଜଣାଇଛନ୍ତି । ଜଣେ ବିଶେଷଜ୍ଞ କହିବା ଅନୁସାରେ ଚାଇନାରେ କୋଭିଡ କାରଣରୁ ପିଲାମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଯାଇଛି । ତେଣୁକରି ଏହି ସଂକ୍ରମଣ ବୃଧିପାଇବାରେ ଲାଗିଛି ।

ଡଃ ଶୁକ୍ଲା ଲୋକମାନଙ୍କୁ ଭୟଭିତ ନହେବାପାଇଁ କହିଛନ୍ତି ଏବଂ ଏହି ନୂତନ ଇନଫ୍ଲୁଏନଂଜା ବିଷୟ ଉପରେ ଏତେ ତଥ୍ୟ ନଥିଲେ ମଧ୍ୟ ଏହା ଏତେ ସାଂଘାତିକ ନୁହେଁ ବୋଲି ସେ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe