କନକ ବ୍ୟୁରୋ : ସିବିଆଇ ଏଫଆଇଆର୍ ଅନୁଯାୟୀ, ସରକାରୀ କର୍ମଚାରୀଙ୍କଠାରୁ ଲାଞ୍ଚ ନେବା, ଅପରାଧିକ ଷଡଯନ୍ତ୍ର ନେଇ ମାମଲା ରୁଜୁ କରାଯାଇଛି । ଦୁର୍ନୀତି ନିବାରଣ ଆଇନ (୧୯୮୮) ର ଧାରା ୭ ମନୀଷଙ୍କ ଉପରେ ଲାଗୁ କରାଯାଇଛି । ଯଦି ସେ ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ସର୍ବନିମ୍ନ ୩ ବର୍ଷ ଏବଂ ସର୍ବାଧିକ ୭ ବର୍ଷ ଜେଲ ଏବଂ ଜରିମାନା ହୋଇପାରେ ।

Advertisment

ସେହିପରି ଆଇପିସିର ଧାରା ୧୨୦ ବି (ଅପରାଧିକ ଷଡଯନ୍ତ୍ର) ମଧ୍ୟ ମନୀଷ ସିସୋଦିଆଙ୍କ ଉପରେ ଲାଗୁ କରାଯାଇଛି । ଏଥିରେ ୬ ମାସର ଦଣ୍ଡ କିମ୍ବା ଜରିମାନା କିମ୍ବା ଉଭୟ ହୋଇପାରେ । ଅନ୍ୟପକ୍ଷରେ, ଆକାଉଣ୍ଟସ୍ ଜାଲିଆତି ପାଇଁ ଆଇପିସିର ଧାରା ୪୭୭ ଏ ଲାଗୁ କରାଯାଇଛି ।

ଅବକାରୀ ନୀତିକୁ ନେଇ କ’ଣ ବିବାଦ ହୋଇଛି ଓ ମନୀଷ ଶିଶୋଦିଆଙ୍କ ଭୂମିକା ରହିଛି ?

- ଆମ ଆଦମୀ ପାର୍ଟିର ମହତ୍ତ୍ୱାକାଂକ୍ଷୀ ଯୋଜନା ଦିଲ୍ଲୀ ଅବକାରୀ ନୀତି ୩୧ ଜୁଲାଇ ୨୦୨୨ରେ ହଟାଇଦିଆଯାଇଥିଲା
- ଏହା ବଦଳରେ ୧୭ ନଭେମ୍ବର, ୨୦୨୦ ପୂର୍ବର ଅବକାରୀ ନୀତି ଲାଗୁ ହୋଇଥିଲା
- ୨୦୨୨ରେ ନୂଆ ଅବକାରୀ ନୀତିରେ ନିୟମ ଉଲ୍ଲଙ୍ଘନର ଅଭିଯୋଗ ଉଠିଥିଲା
- ଦିଲ୍ଲୀ ଉପରାଜ୍ୟପାଳ ୨୦୨୨ ଜୁଲାଇରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ
- ଦିଲ୍ଲୀ ମୁଖ୍ୟ ସଚିବ ରିପୋର୍ଟ ଦେଇଥିଲେ ଲାଇସେନ୍ସଧାରୀଙ୍କୁ ଅନୁଚିତ ଅନୁଗ୍ରହ ଦେଖାଇଛନ୍ତି
- ଖୁଚୁରା ମଦ ଦୋକାନ ଲାଇସେନ୍ସ ନିଲାମୀରେ ଅନିୟମିତତା ଅଭିଯୋଗ ଆସିଥିଲା
- ରାଜ୍ୟପାଳଙ୍କ ସୁପାରିଶ ପରେ ସିବିଆଇ ତଦନ୍ତ ଆରମ୍ଭ ହୋଇଥିଲା
- ମନୀଷ ସିସୋଦିଆଙ୍କ ନାଁରେ ୧୦ ହଜାର କୋଟିର ଅନିୟମିତତା ଅଭିଯୋଗ
- ପୂର୍ବରୁ ସିସୋଦିଆଙ୍କୁ ସିବିଆଇ ପଚରାଉଚରା କରିଥିଲା
- ସିସୋଦିଆଙ୍କ ଅଫିସ ଓ ଦିଲ୍ଲୀ ବାସଭବନରେ ବି ଚଢାଉ ହୋଇଥିଲା
- ଆପ-ବିଜେପି ମଧ୍ୟରେ ବାକ୍ ଯୁଦ୍ଧତୀବ୍ର ହୋଇଥିଲା
- ବିଜେପି ଅରବିନ୍ଦ କେଜରିୱାଲକୁ ଡରୁଛି ବୋଲି ଆପର ଅଭିଯୋଗ