କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ ଝଟକା ଲାଗିଛି । ଇଡିର ଅଭିଯୋଗ ପରେ ରାଓଜ ଏଭିନ୍ୟୁ କୋର୍ଟ ଅରବିନ୍ଦ୍ କେଜ୍ରିୱାଲଙ୍କୁ ନୋଟିସ କରିଛି । କୋର୍ଟ ତରଫରୁ ଫେବୃଆରୀ ୧୭ ତାରିଖରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନୋଟିସ କରାଯାଇଛି । ଇଡି ତରଫରୁ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୧୯୦ କ୍ରମରେ ଇଡି କୋର୍ଟରେ ଆବେଦନ କରିଥିଲା ।
କହିରଖୁ କି, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେରା ପାଇଁ ଇଡି କେଜ୍ରିୱାଲଙ୍କୁ ୫ ଥର ନୋଟିସ କରିଥିଲେ ବି କେଜ୍ରିୱାଲ ଇଡିରେ ହାଜର ହୋଇ ନଥିଲେ । ଏହାପରେ ବାଧ୍ୟ ହୋଇ ଇଡି ତରଫରୁ କୋର୍ଟରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଉପରେ ଶୁଣାଣି କରି କୋର୍ଟ ଆଜି କେଜ୍ରିୱାଲଙ୍କୁ ଫେବୃଆରୀ ୧୭ ତାରିଖରେ ହାଜର ହେବାକୁ ନୋଟିସ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/Untitled-1-7.jpg)